ଚଣ୍ଡିଗଡ଼: ଦୁଷ୍କର୍ମକାରୀ ବାବା ଗୁରମିତ ରାମ୍ ରହିମ୍ଙ୍କ ସହଯୋଗୀ ପ୍ରଦୀପ ଗୋଏଲ୍ଙ୍କୁ ହରିଆଣା ପୁଲିସ୍ ଉଦୟପୁରଠାରେ ଗିରଫ କରିଛି। ଗୁର୍ମିତ ରାମ ରହିମଙ୍କୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରଦୀପ ଦଙ୍ଗା ସୃଷ୍ଟି କରୁଥିଲେ। ପ୍ରଦୀପଙ୍କୁ ଧରିବା ପାଇଁ ହରିଆଣାର କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଏବଂ ଉଦୟପୁରର ସ୍ପେସିଆଲ୍ ଟାସ୍କ ଫୋର୍ସକୁ ଦାୟିତ୍ୱ ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚାଲିଥିବା ଦଙ୍ଗା ସୟମରେ ଗୋଏଲ୍ ପଞ୍ଚକୁଲାରୁ ଉଦୟପୁର ପର୍ଯ୍ୟନ୍ତ ୨ଟି ବସ୍ ପୂରା କରି ଆଦିବାସୀମାନଙ୍କୁ ଆଣିଥିଲେ କେବଳ ହିଂସା ସୃଷ୍ଟି କରିବାକୁ। ବାବାଙ୍କ ଶୁଣାଣି ପରେ ଦଙ୍ଗା ସୃଷ୍ଟି କରିବା ପାଇଁ ସେ ପ୍ରତି ଲୋକଙ୍କୁ ୨୫, ୦୦୦ ଲେଖାଏ ଦେବେ ବୋଲି କହିକି ଭଡ଼ାରେ ଆଣିଥିଲେ।
ପୁଲିସ୍ ଗୋଏଲ୍କୁ ଧରିବା ପରେ ତାଙ୍କ ଫୋନ୍ରୁ ବାବା ରାମ ରହିମ ଏବଂ ତାଙ୍କ ପାଳିତ କନ୍ୟା ହନୀପ୍ରୀତଙ୍କ ଅନେକ ଫଟୋ ତାଙ୍କ ଫୋନ୍ରୁ ଜବତ କରିଛି। ପୁଲିସ୍ ଆଶା କରୁଛି ଯେ ଗୋଏଲ୍ ଜରିଆରେ ହନିପ୍ରୀତଙ୍କ ସଂପର୍କରେ ନାନା ତଥ୍ୟ ସଂଗ୍ରହ କରିହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/f-guru-b-20170827-805x1024.jpg)