କୋଲକାତା:ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଥମିବାର ନାମ ନ ନେଉନାହିଁ | ଆଉ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିଜେପି ଉପରେ ଆକ୍ରମଣ କରିଛନ୍ତି। ମଙ୍ଗଳବାର ଦିନ ସେ କହିଛନ୍ତି ଯେ ବିଜେପି ଲୋକମାନେ ଯେକୌଣସି ସ୍ଥାନରେ ଦଙ୍ଗା କରିପାରିବେ। ସେଥିପାଇଁ ମୋତେ ସବୁବେଳେ ସତର୍କ ରହିବାକୁ ପଡୁଛି | ଆମେ ହିଂସା କରୁନାହୁଁ, ପଶ୍ଚିମବଙ୍ଗର ଲୋକମାନେ ହିଂସା ପସନ୍ଦ କରନ୍ତି ନାହିଁ | ହିଂସାକାଣ୍ଡ ପାଇଁ ଆଉ କେହି ଦାୟୀ ନୁହଁନ୍ତି, କେବଳ ବିଜେପି ଦାୟୀ |
ସେମାନେ(ବିଜେପି) ବାହାରୁ ପଶ୍ଚିମବଙ୍ଗକୁ ଗୁଣ୍ଡା ଆଣିଥିଲେ। ତେବେ କେବଳ ଗୁଣ୍ଡା ନୁହେଁ ବରଂ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମଧ୍ୟ ଆଣିଥିଲେ ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଭଗବାନ ରାମ ଅସ୍ତ୍ର ଆଣିବାକୁ କହିଥିଲେ କି? ଏହି ଲୋକମାନେ ବୁଝନ୍ତି ନାହିଁ ଯେ ପଶ୍ଚିମବଙ୍ଗବାସୀ ଦଙ୍ଗା ପସନ୍ଦ କରନ୍ତି ନାହିଁ। ଦଙ୍ଗା ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ। ସାଧାରଣ ଲୋକ ଦଙ୍ଗା କରନ୍ତି ନାହିଁ। ବିଜେପି ଦ୍ୱାରା ଦଙ୍ଗା ହେଇପାରୁନଥିବାରୁ ବାହାରୁ ଭଡାଟିଆ ଗୁଣ୍ଡାଙ୍କୁ ଆଣି ଦଙ୍ଗା କରାଉଛନ୍ତି |
ଦଙ୍ଗାକାରୀଙ୍କ କୌଣସି ଧର୍ମ ନାହିଁ, ସେମାନେ କେବଳ ରାଜନୈତିକ ଗୁଣ୍ଡା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ରାମ ନବମୀରେ ହିଂସା କରି ବିଜେପି ପ୍ରଭୁ ରାମଙ୍କ ନାମ ବଦନାମ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/cf0fb926-e9c3-4ddd-97ff-585da4a0d418.jpg)