ନୂଆଦିଲ୍ଲୀ, : ଜମ୍ମୁ କଶ୍ମୀରର ବିଭିନ୍ନ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଏହାକୁ ପାକିସ୍ତାନ ସେନାର ସମର୍ଥନକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଭାରତର ଡିଜିଏମ୍୍ଓ ଲେଫ୍ଟନାଣ୍ଟ ଜେନେରାଲ ଏକେ ଭଟ୍ଟ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଜଣାଇ ଦେଇଛନ୍ତି। ଆଜି ଅପରାହ୍ନରେ ଡିଜିଏମ୍୍ଓସ୍ତରୀୟ ଆଲୋଚନାରେ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିଥିଲା। ଭାରତ ନିଜର ସୀମକୁ ସୁରକ୍ଷିତ ରଖିବା ସହ ଆତଙ୍କବାଦୀଙ୍କ ନିପାତ ପାଇଁ ବଦ୍ଧପରିକର ଏବଂ ଆତଙ୍କବାଦୀଙ୍କୁ ସମର୍ଥନକୁ ଏହା କୌଣସି ସ୍ଥିତିରେ ବି ବରଦାସ୍ତ କରିବ ନାହିଁ ବୋଲି ଜଣାଇ ଦେଇଥିଲା। ପାକିସ୍ତାନ ସେନାର କାର୍ଯ୍ୟକଳାପର ସ୍ପଷ୍ଟ ପ୍ରତିବାଦ କରି ଡିଜିଏମ୍୍ଓ ଭଟ୍ଟ ଭାରତର ମତ ଜଣାଇ ଦେଇଥିଲେ। ପାକିସ୍ତାନ ଡିଜିଏମ୍ଓ କହିଥିଲେ ଯେ ଭାରତ ବିନା କୌଣସି କାରଣରେ ଗୁଳିବର୍ଷା କରୁଛି ଏବଂ ଏହା ଉତ୍ତେଜନା ବଢ଼ାଉଛି। ତେବେ ଭାରତ ପଟୁ ଅସ୍ତ୍ରବିରତି ଉଲ୍ଲଂଘନର ଗୋଟିଏ ନଜିର ମଧ୍ୟ ନାହିଁ ବୋଲି ଭାରତର ଡିଜିଏମ୍ଓ କହିଥିଲେ। ତେବେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବାରେ ଭାରତ ଆଦୌ ପଛଘୁଞ୍ଚା ଦେବନାହିଁ ବୋଲି ସେ କହିଥିଲେ। ଆଜିର ଏହି ଆଲୋଚନା ପୂର୍ବ ନିର୍ଦ୍ଧାରିତ ନଥିଲା। ପାକିସ୍ତାନ ଡିଜିଏମ୍ଓଙ୍କ ଅନୁରୋଧକ୍ରମେ ଏହା ହୋଇଥିଲା।
ଭାରତ-ପାକ୍ ଡିଜିଏମ୍ଓସ୍ତରୀୟ କଥାବାର୍ତ୍ତା
ଭାରତର କଡ଼ା ବାର୍ତ୍ତା: ଅନୁପ୍ରବେଶକୁ ସମର୍ଥନ ବରଦାସ୍ତ କରାଯିବନି
/sambad/media/post_attachments/wp-content/uploads/2017/10/DGMO-boh-country.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)