ନୂଆଦିଲ୍ଲୀ: ଜନପ୍ରିୟ ରାଷ୍ଟ୍ରପତି ହେବା ବ୍ୟତିରେକେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ୍ ଓବାମା ପିଲାମାନଙ୍କର ଅତି ଘନିଷ୍ଠ ହୋଇ ଆସିଛନ୍ତି ଏବଂ ପିଲାଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଦାନ କରୁଛନ୍ତି।
ଏଥିପାଇଁ ପୁଣି ଥରେ ବୁଧବାର ଦିନ ଓ୍ଵାସିଂଟନ୍ ଠାରେ ଥିବା ‘ଚିଲ୍ଡ୍ରେନ୍ସ୍ ନେସ୍ନାଲ୍ ମେଡିକାଲ୍ ସେଣ୍ଟର୍’ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଓବାମା ଅଚାନକ ପହଞ୍ଚି ଅସୁସ୍ଥ ପିଲାମାନଙ୍କୁ ଭେଟିଥିଲେ।
ହସ୍ପିଟାଲ୍ ତରଫରୁ ଟୁଇଟ୍ କରାଯାଇଛି: ଆମ ରୋଗୀମାନଙ୍କର ଦିନ ଏତେ ଉଜ୍ଜ୍ୱଳମୟ କରିଥିବାରୁ ଆପଣକଙ୍କୁ ଧନ୍ୟବାଦ ବରାକ୍ ଓବାମା। ଆପଣଙ୍କ ସର୍ପ୍ରାଇଜ୍ ଆମର ଦୀର୍ଘ କୋଠରିସବୁରେ ଉଷ୍ମତା ଭରିଦେଲା ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇଲା! ଆମ ରୋଗୀମାନେ ଆପଣଙ୍କ ସହଚର୍ଯ୍ୟ ଓ ଉପହାରକୁ ସୁଖ ପାଇଲେ।
Thank you @BarackObama for making our patients’ day so much brighter. Your surprise warmed our hallways and put smiles on everyone’s faces! Our patients loved your company…and your gifts! https://t.co/bswxSrA4sQ ❤️ #HolidaysAtChildrens #ObamaAndKids pic.twitter.com/qii53UbSRS
— Children's National ? (@childrenshealth) December 19, 2018
ଦୁଇ ଝିଅଙ୍କ ବାପା ଓବାମା ପିନ୍ଧିଥିଲେ ଏକ ଉତ୍ସବୀୟ ସାନ୍ତା ଟୋପି ଏବଂ ଡାକ୍ତରଖାନାରେ ଥିବା ପିଲାଙ୍କୁ ଆଚମ୍ବିତ କରିବାକୁ ବସ୍ତାରେ ବୋହି ଆଣିଥିଲେ ଅନେକ ଉପହାର।
‘ଚିଲ୍ଡ୍ରେନ୍ସ୍ ନେସ୍ନାଲ୍ ମେଡିକାଲ୍ ସେଣ୍ଟର୍’ ଟୁଇଟ୍ର ହାଣ୍ଡେଲ୍ ରିଲିଜ୍ କରିଥିବା ଏକ ଭିଡିଓରେ ଓବାମା ଏଥର ବଡ଼ଦିନ ବେଳାରେ ନିଖୁଣ ଭାବେ ଫାଦର୍ ଶାନ୍ତା ବେଶ ହୋଇ ପିଲାମାନଙ୍କ ସହ ମିଶିବା, ଖେଳିବା ଓ ମଉଜିଆ କଥା କହୁଥିବା ଦେଖାଯାଉଛି।