ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୩୨ ଜଣଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବନ୍ୟା ଯୋଗୁ ଭୂସ୍ଖଳନ ହେବାର ସମ୍ଭାବନା ଥିବା ସ୍ଥାନରେ ଉଦ୍ଧାରକାରୀ ଟିମକୁ ସଜାଗ ରହିବା ସହ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇରେ ପ୍ରାୟ ଦୁଇ ଦିନ ହେଲା ଲାଗି ରହିଛି ଲଗାଣ ବର୍ଷା । ଶନିବାର ରାତିରେ ବର୍ଷାର ପରିମାଣ ବଢ଼ିବା ପରେ ସ୍ଥିତି ଭୟଙ୍କର ହୋଇଥିଲା । ରାତି ବଢ଼ିବା ସହ ବର୍ଷାର ବେଗ ମଧ୍ୟ ବଢିଥିଲା ।
ଏହି ସମୟରେ ଚେମ୍ବୁର ଅଂଚଳର ଭାରତ ନଗର ବସ୍ତିକୁ ମାଡ଼ି ଆସିଥିଲା ଭୁସ୍ଖଳନ । ନିକଟରେ ଥିବା ପାହାଡ ଉପରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ଘଟିଥିଲା । ଭୁସ୍ଖଳନ ଯୋଗୁ ପାହାଡ଼ ପାଦ ଦେଶରେ ଥିବା ଏକ ବିରାଟ ପାଚେରୀ ଭାରତନଗର ବସ୍ତି ଉପରେ ଅଜାଡି ହୋଇପଡିଥିଲା। ପାଚେରୀ ତଳେ ଚାପି ହୋଇ ଦବି ଯାଇଥିଲା ପ୍ରାୟ ୫ରୁ ୬ଟି ଘର । ଆଉ ତା’ ତଳେ ଚାପି ହୋଇ ହୋଇଯାଇଥିଲେ ୩୦ରୁ ଅଧିକ ଲୋକ । ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-45.jpg)