ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ୍ ରାଷ୍ଟ୍ରଦୂତ ଇଗୋର ପୋଲିଖା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଗୁରୁବାର ସକାଳେ ପୋଲିଖା କହିଛନ୍ତି, ବିଶ୍ବରେ ଭାରତ ଏକ ପ୍ରଭାବଶାଳୀ ଦେଶ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ସର୍ବମାନ୍ୟ ବିଶ୍ବନେତା। ସେ ଯଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ ଅନୁରୋଧ କରିବେ, ତେବେ ପୁଟିନ ନିଶ୍ଚୟ ତାଙ୍କ କଥା ରଖିବେ। ପୋଲିଖା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ସହ ଏକ ରଣନୀତିକ ଉତ୍ତମ ସମ୍ପର୍କ ରଖିଛନ୍ତି। ସେ ଅନୁରୋଧ କଲେ ତାଙ୍କ କଥା କେବେ ପୁଟିନ ଟାଳିବେ ନାହିଁ। ମାସାଧିକ କାଳ ଧରି ପଡ଼ୋଶୀ ଦେଶ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଗୁରୁବାର ସକାଳେ ପୁଟିନ ୟୁକ୍ରେନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି। ରୁଷୀୟ ଟ୍ୟାଙ୍କ ଓ ଅନ୍ୟାନ୍ୟ ଭୟଙ୍କର ମାରଣାସ୍ତ୍ର ଆଜି ସକାଳୁ ପୁଟିନଙ୍କ ଦ୍ବାରା ସ୍ବାଧୀନ ଘୋଷିତ ପୂର୍ବ ୟୁକ୍ରେନ୍ର ଦୁଇ ଅଞ୍ଚଳରେ ବିଧ୍ବସ୍ତ କରିସାରିଲାଣି। ଏ ପରିସ୍ଥିତିରେ ରୁଷିଆ ଓ ପୁଟିନଙ୍କ ସହ ସୁସମ୍ପର୍କ ଦୃଷ୍ଟିରୁ ଭାରତ ଯଦି ହସ୍ତକ୍ଷେପ କରେ ତେବେ ସଂକଟ ଏତିକିରେ ଟଳିଯାଇପାରିବ ବୋଲି ପୋଲିଖା ଆଶା ପ୍ରକାଶ କରିଛନ୍ତି।
ମୋଦୀ ହସ୍ତକ୍ଷେପ କରିବାକୁ ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କ ଅନୁରୋଧ
/sambad/media/post_attachments/wp-content/uploads/2022/02/pm-modi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)