ମୋଦୀଙ୍କୁ ନେଇ ଟାଇମ୍‌ ମାଗାଜିନ୍‌ର ଆପତ୍ତିଜନକ ହେଡ୍‌ଲାଇନ୍‌କୁ ଅନ୍ତରାଷ୍ଟ୍ରୀୟ ଉପାଧି ବୋଲି ଭାବି ଶୁଭେଚ୍ଛାର ସୁଅ ଛୁଟାଇଲେ ଲୋକେ 

ନୂଆଦିଲ୍ଲୀ : ଗତାକାଲି ଆମେରିକାର ନିଉଜ୍‌ ମାଗାଜିନ୍‌ ଟାଇମ୍‌ ମେ’ ୨୦, ୨୦୧୯ ସଂସ୍କରଣର କଭର ପେଜ୍‌ର ଫଟୋ ନିଜ େଓ୍ଵବ୍‌ସାଇଟ୍‌ରେ ସେୟାର କରିଥିଲେ । ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବାଦୀୟ ହେଡ୍‌ଲାଇନ୍‌ ଦିଆଯାଇଥିଲା । କଭର ପେଜ୍‌ରେ ମୋଦୀଙ୍କ ଫଟୋ ସହ ଭାରତକୁ ଭାଗ ଭାଗ କରିବାରେ ମୁଖ୍ୟ ବୋଲି ଲେଖାଯାଇଥିଲା । ଏହି ଫଟୋଟି ସାମ୍ନାକୁ ଆସିବା ପରେ ମୋଦୀଙ୍କ ସମର୍ଥକମାନେ ଏହାକୁ କଡ଼ା ବିରୋଧ କରିଥିବା ବେଳେ କିଛି ଲୋକ ଏହାକୁ ବୁଝି ପାରି ନଥିବା ଦେଖା ଯାଇଛି । ଇଂରାଜୀ ଲେଖାକୁ ବୁଝି ନ ପାରି କିଛି ଲୋକ ଏହାକୁ ଅନ୍ତରାଷ୍ଟ୍ରୀୟ ଉପାଧି ବୋଲି ଭାବି ମୋଦୀଙ୍କୁ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

digitalsevacsc.in

ସୂଚନା ମୁତାବକ, ଟାଇମ୍‌ ପତ୍ରିକାରେ ଏଭଳି ଶୀର୍ଷକ ରଖି ମୋଦୀ ଭାରତକୁ ଭାଗ ଭାଗ କରି ଦେଇଛନ୍ତି ବୋଲି କହିବାକୁ ଚେଷ୍ଟା କରାଯାଇଛି । ପତ୍ରିକାର ଏସିଆ ସଂସ୍କରଣରେ ୨୦୧୯ର ଲୋକସଭା ନିର୍ବାଚନ ଏବଂ ଗତ ୫ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଖବର ଛପା ଯାଇଛି । ଖବର ସହ ଲୋକମାନଙ୍କୁ ପ୍ରଶ୍ନ ପଚାରି, କ’ଣ ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ରକୁ ଆହୁରି ୫ବର୍ଷ ମୋଦୀ ସରକାରଙ୍କ ରାଜ୍‌ ସହିବାକୁ ହେବ? ବୋଲି ଲେଖାଯାଇଛି ।

 

ସମ୍ବନ୍ଧିତ ଖବର