ଭରତପୁର: ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ବୁଧବାର ସନ୍ଧ୍ୟାରେ ରାଜସ୍ଥାନର ଢୋଲପୁର ଏବଂ ଭରତପୁର ଜିଲ୍ଲାରେ ୫ ଜଣ ପିଲାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି।
ପ୍ରବଳ ବର୍ଷା ଓ ପବନ ଯୋଗୁଁ ଘର କିଂବା କାନ୍ଥ ଭାଙ୍ଗି ଯିବାରୁ ଭରତପୁରରେ ୫ ଜଣ ଏବଂ ଢୋଲପୁର ଠାରେ ୯ ଜଣଙ୍କର ମୃତ୍ୟୁ ଘଟିଛି।
ଭରତପୁର ଡିଭିଜ୍ନାଲ୍ କମିସନର୍ ସୁବୀର କୁମାର କହନ୍ତି ଯେ ଢୋଲପୁର ଏବଂ ଭରତପୁରର ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତିର ଆକଳନ କରିବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2018/04/63725881-300x225.jpg)
ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ନିମନ୍ତେ ଭରତପୁର ଜିଲ୍ଲାପାଳ ନରେନ୍ଦ୍ର କୁମାର ଗୁପ୍ତ ୫୦ ହଜାର ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।
ପୁଲିସ କହିବାନୁସାରେ, କାନ୍ଥ ପଡ଼ିଯିବା ଯୋଗୁଁ ସମସ୍ତଙ୍କର ମୃତ୍ୟୁ ଘଟିଛି।
ଶବ ବ୍ୟବଚ୍ଛେଦ ସରିବା ପରେ ଗୁରୁବାର ସକାଳେ ପରିବାର ଲୋକମାନଙ୍କୁ ଶବ ହସ୍ତାନ୍ତର କାରଯାଇଛି।
ଧୂଳିଝଡ଼ ଯୋଗୁଁ ଭରତପୁରରେ ବିଜୁଳି ଯୋଗାଣରେ ବ୍ୟାହତ ଦେଖାଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/rajasthan-deva.jpg)