ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଜବାବ ରଖିଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ | କଂଗ୍ରେସ ଦଳର ମହାସଚିବ ଥିବା ପ୍ରିୟଙ୍କା କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ସାହସର କଥା | ବହୁତ କମ ଲୋକଙ୍କ ପାଖରେ ଏଭଳି ସାହସ ଥାଏ ଯାହାକି ରାହୁଲ କରି ଦେଖାଇଛନ୍ତି |

Advertisment

publive-image

ନିଜ ଭାଇ ରାହୁଲଙ୍କୁ ଏକ ଟ୍ୱିଟ କରି ପ୍ରିୟଙ୍କା ଲେଖିଛନ୍ତି ଯେ 'ବହୁତ କମ ଲୋକଙ୍କ ପାଖରେ ଏଭଳି ସାହସ ଥାଏ, ଯାହାକି ତୁମେ କରିଛ | ତୁମ ନିଷ୍ପତ୍ତିକୁ ହୃଦୟରୁ ସମ୍ମାନ କରୁଛି' | ନିଜର ଇସ୍ତଫା ନେଇ ରାହୁଲ ବୁଧବାର ଘୋଷଣା କରିଥିଲେ | ୨୦୧୯ ନିର୍ବାଚନରେ କଂଗ୍ରେସର ପରାଜୟ ନେଇ ସେ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ |

ରାହୁଲଙ୍କ ଇସ୍ତଫା ଅନେକ କଂଗ୍ରେସ କର୍ମୀ ନିରାଶ ହୋଇଥିଲେ | ଏଠାରେ ସୂଚନା ଥାଉ କି ମେ ୨୩ରେ ନିର୍ବାଚନ ଫଳାଫଳ ଆସିବା ପରେ ସେ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେଇଥିଲେ | ବରିଷ୍ଠ କଂଗ୍ରେସ ନେତାମାନେ ତାଙ୍କୁ ଏଭଳି ନ କରିବା ପାଇଁ ବାରମ୍ବାର ବୁଝାଇଥିଲେ | କିନ୍ତୁ ରାହୁଲ ଗାନ୍ଧୀ ରାଜି ନ ହୋଇ ଶେଷରେ ଇସ୍ତଫା ଦେଇଥିଲେ |