ଶ୍ରୀନଗର: ଜାମ୍ମୁଓ କଶ୍ମୀରର ବୁଦ୍ଗାମ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ଘଟିଛି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେଠରେ ଛପି ରହିଥିବା ତୃତୀୟ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ସୁରକ୍ଷା କର୍ମୀମାନେ ଉଦ୍ୟମ ଚଳାଇଛନ୍ତି।
#UPDATE: 2 terrorists have been neutralised. Encounter is still underway between security forces and a third terrorist. More details awaited. https://t.co/I7ZnkbXM4E
— ANI (@ANI) January 21, 2019
ଜାମ୍ମୁ ଓ କଶ୍ମୀରର ବୁଦ୍ଗାଁମ ଜିଲ୍ଲାର ଜିନପଞ୍ଚଲ ଚାର ଇ ଶରିଫର ହପତନାର ଜଙ୍ଗଲରେ କେତେକ ଆତଙ୍କବାଦୀ ଛପି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଠୋସ୍ ସୂଚନା ମିଳିଥିଲା। ସୂଚନା ଆଧାରରେ ସୁରକ୍ଷା କର୍ମୀ ଅଞ୍ଚଳକୁ କର୍ଡ଼ନ କରି ସଚ୍ର୍ ଅପରେସନ ଚଳାଇଥିଲେ। ତେବେ ସୁରକ୍ଷା କର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷା କର୍ମୀ ପାଲଟା ଗୁଳି ଚଳାଇଛନ୍ତି। ପାର୍ବତ୍ୟାଞ୍ଚଳ ହୋଇଥିିବା ବେଳେ ସେଠାରେ ବର୍ଷା ଓ ବରଫ ପାତ ମଧ୍ୟ ହେଉଥିବାରୁ ସୁରକ୍ଷା କର୍ମୀଙ୍କ ପାଇଁ ଏହି ଏନକାଉଣ୍ଟର କଷ୍ଟକର ହୋଇଥିଲେ ମଧ୍ୟ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛିି। ପରିସ୍ଥିତିକୁ ନଜରରେ ରଖି ସମଗ୍ର ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।