ସରକାରଙ୍କ ରାହୁଲଙ୍କ ପରାମର୍ଶ : ୩ୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅ

ନୂଆଦିଲ୍ଲୀ : କରୋନା ପରିଚାଳନାରେ ବିଫଳତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏହା ସହିତ ୩ୟ ଲହର ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରାମର୍ଶକୁ ସମାଲୋଚନା କରିଥିଲେ, କିନ୍ତୁ ପରେ ସରକାର ସେହି ପରାମର୍ଶକୁ ମାନିବାକୁ ବାଧ୍ୟ ହେଲେ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି ଯ଼େ ଗତ କାଲି ଏକ ଭଲ କାମ ( ରେକର୍ଡ ଟିକାକରଣ) ହୋଇଛି ।କିନ୍ତୁ ଆମକୁ ଗୋଟିଏ ଦିନରେ ସନ୍ତୁଷ୍ଟ ନହୋଇ ଏହାକୁ ପତ୍ୟେକ ଦିନ ଚଳାଇବାକୁ ପଡ଼ିବ, ଯେଉଁପର୍ୟ୍ୟନ୍ତ କି ଦେଶର ସବୁ ଲୋକଙ୍କୁ ଟିକା ନ ଦିଆହୋଇଛି ।

ଏହି ଅବସରରେ କରୋନା ମହାମାରୀ ଉପରେ ଏକ ଶ୍ବେତପତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ଶ୍ବେତପତ୍ରର ଉଦ୍ଦେଶ୍ୟ ନୁହେଁ ସରକାରଙ୍କୁ ଟାର୍ଗେଟ କରିବା । ସରକାରଙ୍କ ପ୍ରଥମ ଓ ୨ୟ ଲହର ମୁକାବିଲା ନୈରାଶ୍ୟଜନକ ଥିଲା । କିନ୍ତୁ ୩ ଲହର ପୂର୍ବରୁ ସରକାର ପ୍ରସ୍ତୁତ ରହିବା ଆବଶ୍ୟକ । ଆହୁରି ମଧ୍ୟ ୩ୟ ଲହର ପରେ ବି ଆଉ କେତେକ ଲହର ଆସିବାର ସମ୍ଭାବନା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କ ପରିବାରରେ କରୋନା ମୃତ୍ୟୁ ହୋଇଛି ସରକାର ସେମାନଙ୍କୁ କ୍ଷତିପୂରଣ ଦିଅନ୍ତୁ ।

 

ସମ୍ବନ୍ଧିତ ଖବର