ଚଣ୍ଡିଗଡ଼: ଜଣେ ଆଡିସ୍ନାଲ୍ ଚିଫ୍ ସେକ୍ରେଟାରିସ୍ତରୀୟ ଅଧିକାରୀ ତାଙ୍କୁ ଯୌନ ନିର୍ଯାତନା ଏବଂ ଧମକ ଦେଉଛନ୍ତି ବୋଲି ହରିୟାନାର ଜଣେ ତରୁଣୀ ଆଇଏଏସ୍ ଅଫିସର୍ଙ୍କ ବିରୋଧରେ ଦୋଷାରୋପ କରିଛନ୍ତି। କିନ୍ତୁ, ସେ ବରିଷ୍ଠ ଆଇଏଏସ୍ ଅଫିସର୍ ଜଣକ ଏହି ଅଭିଯୋଗକୁ ସମାଲୋଚନା କରି ପାଲଟା ଅଭିଯୋଗ କରିଛନ୍ତି ଯେ ମହିଳା ଅଧକାରୀଙ୍କୁ କେବଳ କୁହାଯାଇଥିଲା ଯେ ସେ ଅନ୍ୟ କର୍ମଚାରୀମାନଙ୍କ ଅନୁମୋଦନ ପାଇ ସାରିଥିବା ଫାଇଲ୍ରେ ତ୍ରୁଟି ନ ଦେଖନ୍ତୁ।
ବରିଷ୍ଠ ଅମଲାଙ୍କ ବିରୋଧରେ ୩୬ ବର୍ଷୀୟ ଅଧିକାରୀ ଜଣକ ଆଣିଥିବା ଅଭିଯୋଗକୁ ସେ ନିଜ ଫେସ୍ବୁକ୍ରେ ମଧ୍ୟ ପୋଷ୍ଟ୍ କରିଛନ୍ତି।
ଅଭିଯୋଗ ଅନୁସାରେ, ଅଫିସର ଜଣକ ମହିଳା ଆଇଏଏସ୍ଙ୍କ ସହ ଦ୍ୱିଅର୍ଥବୋଧକ ଶବ୍ଦରେ କଥାବାର୍ତ୍ତା କରନ୍ତି ଏବଂ ତାଙ୍କର ଆନୁଆଲ୍ କନ୍ଫିଡେନ୍ସିଆଲ୍ ରିପୋର୍ଟ (ଏସିଆର୍) ଖରାପ କରିଦେବେ ବୋଲି ଧମକ ଦେଇଛନ୍ତି। ମହିଳା ଆଇଏଏସ୍ ଅଭିଯୋଗ କରିଛନ୍ତି: ବରିଷ୍ଠ ଅଧିକାରୀ ତାଙ୍କୁ ନୂଆ କନିଅାଁଙ୍କୁ ଶିଖାଇଲା ପରି ତାଙ୍କୁ ସବୁ ଜିନିଷ ଶିଖାଇବାକୁ ପଡ଼ିବ ବୋଲି କହିବା ସହ ସେ ତାଙ୍କୁ ସେମିତି ଶିଖାଉଛନ୍ତି ବୋଲି କହିଛନ୍ତି। ତାଙ୍କର ଆଚରଣ ଅନୈତକ ପରି ମନେହେଲା।
ସେ କହନ୍ତି: ବସ୍ ମତେ ମେ ୨୨ ତାରିଖ ଦିନ ତାଙ୍କ ଅଫିସକୁ ଡକାଇ ଧମକ ଦେଇଛନ୍ତି।
ପୁଣି ମେ ୩୧ ତାରିଖ ଦିନ ସେ ମତେ ତାଙ୍କ ଅଫିସକୁ ଡକାଇ କର୍ମଚାରୀମାନଙ୍କୁ କହିଲେ କି, ଅନ୍ୟ କାହାକୁ କୋଠରି ଭିତରକୁ ଛାଡ଼ିବ ନାହିଁ। ସେ ମୋତେ ପଚାରିଲେ ମୁଁ କି ପ୍ରକାର କାମ କରିବାକୁ ଚାହେଁ। ବିଭାଗୀୟ କାମ ନା ଟାଇମ୍-ପାସ୍ କାମ…। ମୁଁ ଛାନିଆ ହୋଇଗଲି ବୋଧହୁଏ ସେ ମତେ ଟାଇମ୍-ପାସ୍ ସାମଗ୍ରୀ ମନେକରୁଛନ୍ତି।
ଜୁନ୍ ୬ ତାରିଖ ସନ୍ଧ୍ୟା ୫ଟା ବେଳେ ବରିଷ୍ଠ ଅଧିକାରୀ ତାଙ୍କୁ ଅଫିସ୍କୁ ଡକାଇ ୭ଟା ୩୯ ମିନିଟ୍ ଯାଏଁ ରହିବାକୁ କହିଲେ।
ମୁଁ ଟେବୁଲ୍ର ଆର ପଟେ ବସିଥିଲି। ସେ କହିଲେ କି, ଉଠି ଆସି ମୋ ଚେୟାର୍ ପାଖରେ ବସ। ମୁଁ ଟେବୁଲ୍ ଆରପଟକୁ ଯାଆନ୍ତେ, କମ୍ପ୍ୟୁଟର୍ରେ କେମିତି ଏକ ଓ୍ଵାର୍ଡ ଫାଇଲ୍କୁ ନୂଆ ଫୋଲ୍ଡର୍ରେ ସେଭ୍ କରାଯାଏ ତାହା ଶିଖାଇବାର ଛଳନା କଲେ। ମୁଁ ମୋ ଚେଆର୍କୁ ଲେଉଟି ଗଲି। କିଛି ସମୟ ପରେ ସେ ଉଠିପଡ଼ିଲେ। କାଗଜ ଖୋଜିବାର ବାହାନା କରି ସେ ମୋ ଚେୟାର୍ ନିକଟକୁ ଆସି ଚେୟାର୍ ଟିକେ ଠେଲିଦେଲେ।
ଘଟଣା ସଂକ୍ରାନ୍ତରେ ଭାରତର ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ଠାରେ ସେ ସବିସ୍ତତ ଅଭିଯୋଗ ଜଣାଇ ସାରିଛନ୍ତି ବୋଲି କହିଛନ୍ତି।
ଅଭିଯୁକ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ କହିନ୍ତି ଯେ ଅଭିଯୋଗ ମିଥ୍ୟା ଓ ଭିତ୍ତିହିନ।
ଆମେ ତାଙ୍କୁ ସବୁ ସୁବିଧା ଯୋଗାଇ ଦେଲୁ। ତାଙ୍କର ଅଫିସ ପାଇଁ କୋଠରିଟିଏ ନ ଥିଲା। ମୁଁ ମୋ କର୍ମଚାରୀମାନଙ୍କୁ କହି ତାଙ୍କ ପାଇଁ ରୁମ୍ର ବ୍ୟବସ୍ଥା କରାଇଥିଲି। ମୋ କର୍ମଚାରୀମାନେ ଉତ୍ତମ ରୂପେ ତାଙ୍କର ଦେଖାଶୁଣା କରନ୍ତି।