ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଓ ରାୟବରେଲି ସାସଂଦ ସୋନିଆ ଗାନ୍ଧିଙ୍କ ଶରୀରାବସ୍ଥା ଆକସ୍ମିକ ଭାବେ ଶୁକ୍ରବାର ବିଗିଡ଼ି ଯାଇଛି। ତାଙ୍କୁ ନୂଆଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୋନିଆ ଗାନ୍ଧିଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ସନ୍ଧ୍ୟାରେ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।
ଡାକ୍ତରଙ୍କ କହିବାନୁସାରେ, ସୋନିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶନିବାର ସକାଳେ ତାଙ୍କୁ ଡିସଚାର୍ଜ କରି ଦିଆଯିବ।
ସୂଚନାଯୋଗ୍ୟ, ଅନେକ ଦିନ ହେବ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁନାହିଁ। ଏହା ପୂର୍ବରୁ ମଧ୍ୟ ସୋନିଆଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛିଦିନ ପୂର୍ବରୁ ସେ ଚିକିତ୍ସା ପାଇଁ ବିଦେଶ ବି ଯାଇଥିଲେ। ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ନିଜର ଅସୁସ୍ଥ ଶରୀର ପାଇଁ ସେ ସକ୍ରିୟ ରହି ପାରି ନ ଥିଲେ। ୨୦୧୬ରେ ଉତ୍ତରପ୍ରଦେଶରେ କଂଗ୍ରେସର ଏକ ରୋଡ ସୋ’ରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡ଼ି ଯାଇଥିଲା। ଯେଉଁଥିପାଇଁ ରୋଡ ସୋ’କୁ ଅଧାରୁ ଅଟକାଇବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/xsonia-gandhi-11-19-1463663319-27-1509110918.jpg.pagespeed.ic_.Uw7UCylX6W.jpg)