ମିରଟ: ସିଏଏ ବିରୋଧୀ ଆନ୍ଦୋଳନ ଉତ୍ତରପ୍ରଦେଶରେ ହିଂସାତ୍ମକ ମୋଡ଼ ନେବାପରେ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା। ଉତ୍ତରପ୍ରଦେଶରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି। ସରକାରୀ ସମ୍ପତ୍ତି ନଷ୍ଟ ପାଇଁ ୩୦୦ରୁ ଅଧିକ ଲୋକଙ୍କୁ ନୋଟିସ୍ ହୋଇଥିଲା। କ୍ଷତିଭରଣା ପାଇଁ ସେମାନଙ୍କୁ ଏହି ନୋଟିସ୍ ଦିଆଯାଇଥିଲା। ମିଳିଥିବା ସୂଚନାନୁଯାୟୀ ବୁଲନ୍ଦସହରରେ କିଛି ସ୍ଥାନୀୟ ଲୋକ ହିଂସା ପାଇଁ ପଶ୍ଚାତାପ କରିଛନ୍ତି ଏବଂ ୬.୨୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଛନ୍ତି । ସଂଖ୍ୟାଲଘୁ ସଂପ୍ରଦାୟର ଏକ ପ୍ରତିନିଧି ଦଳ ଡିଏମ୍ ରବିନ୍ଦ୍ର କୁମାରଙ୍କୁ ଭେଟି ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଚେକ୍ ଦେଇଛନ୍ତି। ଗତ ୨୦ ତାରିଖର ହିଂସାରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିବାରୁ ସେମାନେ ଏଥିପାଇଁ କ୍ଷତିପୂରଣ ଦେଇଛନ୍ତି। ସ୍ଥାନୀୟ ଜଣେ ରାଜନେତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଭେଟି ୬ ଲକ୍ଷ ଟଙ୍କା ପ୍ରଦାନ ସହ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଭବିଷ୍ୟତରେ ଏମିତି ଆଉ ହେବନାହିଁ। ଉଲ୍ଲେଖଯୋଗ୍ୟ ଗତ ୨୦ ତାରିଖରେ ବୁଲନ୍ଦସହରରେ ପ୍ରବଳ ହିଂସା ହୋଇଥିଲା।
ହିଂସା ପାଇଁ ୬ ଲକ୍ଷ କ୍ଷତିପୂରଣ ଦେଲେ ବୁଲନ୍ଦସହର ବାସିନ୍ଦା
/sambad/media/post_attachments/wp-content/uploads/2019/12/gdjdg4j4dgjdg4j4dgj874dg65j4gd56j4dg65jdgjdgjdgjssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)