ବେଙ୍ଗାଲୁରୁ: ଆୟୁଷ ସଚିବଙ୍କ ହିନ୍ଦୀ ଓ ଅଣହିନ୍ଦୀ ମନ୍ତବ୍ୟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍.ଡି. କୁମାରସ୍ବାମୀ କ୍ଷୁବ୍ଧ ହୋଇଛନ୍ତି। ହିନ୍ଦୀ ଭାଷା ପାଇଁ ଅଣହିନ୍ଦୀ ଭାଷାଭାଷୀ ଲୋକେ କେତେ ହଟହଟା ହେବେ ବୋଲି କୁମାରସ୍ବାମୀ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଆୟୁଷ ବିଭାଗ ପକ୍ଷରୁ ଏକ ଅନ୍ଲାଇନ୍ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଅଂଶଗ୍ରହଣକାରୀଙ୍କ ଉଦ୍ଦେଶ୍ୟରେ ଆୟୁଷ ସଚିବ ରାଜେଶ କୋଟେଚା ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କୁମାରସ୍ବାମୀ। ଆୟୁଷ ସଚିବ କହିଥିଲେ, ଯେଉଁମାନେ ହିନ୍ଦୀ ଜାଣି ନାହାନ୍ତି, ଦୟାକରି ସେମାନେ ଏହି ଶିବିର ପରିତ୍ୟାଗ କରି ଚାଲି ଯାଆନ୍ତୁ। ଅଣହିନ୍ଦୀ ଭାଷୀ ଲୋକଙ୍କ ଉଦ୍ଦେଶ୍ୟରେ ଆୟୁଷ ସଚିବଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ହିନ୍ଦୀ ଜାଣି ନଥିବା ଏବଂ କନ୍ନଡ଼ ଲୋକମାନଙ୍କ ପ୍ରତି ଏଭଳି ଆଚରଣ ସମ୍ବିଧାନ ବିରୋଧୀ ବୋଲି କୁମାରସ୍ବାମୀ କହିଛନ୍ତି।
ହିନ୍ଦୀ ଭାଷା ପାଇଁ ଅଣହିନ୍ଦୀ ଲୋକେ ଆଉ କେତେ ହଟହଟା ହେବେ? ଏଚ୍.ଡି. କୁମାରସ୍ବାମୀ
H.D. Kumaraswamy
/sambad/media/post_attachments/wp-content/uploads/2019/04/HD-Kumaraswamy-PTI2-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)