ଟେଲ୍ ଅଭିଭ: ଲୋହିତ ସାଗରରେ ଆତଙ୍କ ସୃଷ୍ଟି କରିଥିବା ହୁତି ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଆମେରିକା, ବ୍ରିଟେନ ଓ ସେମାନଙ୍କ ମିତ୍ର ରାଷ୍ଟ୍ରମାନେ ବଡ଼ ଧରଣର ସାମରିକ ଅଭିଯାନ ଗତରାତିରୁ ଆରମ୍ଭ କରିଛନ୍ତି। ୟେମେନର ହୁତି ଆତଙ୍କବାଦୀଙ୍କ ଦ୍ବାରା ନିୟନ୍ତ୍ରିତ ଅଂଚଳ ଉପରେ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକା ଓ ବ୍ରିଟେନର ଅନେକ ଯୁଦ୍ଧ ବିମାନ ଓ ଶକ୍ତିଶାଳୀ ଡ୍ରୋନ୍ଗୁଡ଼ିକୁ ଏହି ଆକ୍ରମଣରେ ବ୍ୟବହାର କରାଯାଇଛି। ଇସ୍ରାଏଲ-ହମାସ୍ ଯୁଦ୍ଧର ଜବାବରେ ଲୋହିତ ସାଗରରେ ଅନ୍ତର୍ଜାତୀୟ ଜାହାଜଗୁଡ଼ିକୁ ଟାର୍ଗେଟ କରିଥିବା ଇରାନ ସମର୍ଥିତ ମିଲିସିଆର ସାମର୍ଥ୍ୟକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ବହୁତ ବଡ଼ ଅଭିଯାନ ଚାଲିଛି ବୋଲି ଆମେରିକା ସେନା ପ୍ରବକ୍ତା କହିଛନ୍ତି।
ଆମେରିକା ଏବଂ ବ୍ରିଟେନ ୟେମେନର ୧୩ଟି ସ୍ଥାନରେ ଥିବା ୩୬ଟି ହୁତି ଟାର୍ଗେଟ ଉପରେ ମିଳିତ ଆକ୍ରମଣ କରି ତାହାକୁ ନଷ୍ଟ କରିଥିବା ଘୋଷଣା କରିଛନ୍ତି। ପେଣ୍ଟାଗନ କହିଛି ଯେ ଶନିବାର ହୁତି ଟାର୍ଗେଟ ଉପରେ ହୋଇଥିବା ଆକ୍ରମଣରେ ବ୍ରିଟେନ, ଅଷ୍ଟ୍ରେଲିଆ, ବାହାରେନ, କାନାଡା, ଡେନମାର୍କ, ନେଦରଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ସାମିଲ ଥିଲେ। ଗତ ରବିବାର ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ହୋଇଥିବା ଏକ ମାରାତ୍ମକ ଡ୍ରୋନ୍ ଆକ୍ରମଣର ଜବାବରେ ଶୁକ୍ରବାର ଦିନ ଆମେରିକା ସିରିୟା ଏବଂ ଇରାକ୍ର ୮୫ଟି ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ ଏକ ବିବୃତିରେ କହିଛନ୍ତି, ୟେମେନର ହୁତି ନିୟନ୍ତ୍ରିତ ଅଞ୍ଚଳ ଉପରେ ଆମେରିକା ଓ ବ୍ରିଟେନର ସେନାର ଆକ୍ରମଣ ଆଗକୁ ମଧ୍ୟ ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/sfhfshfhhf.jpg)