ମୁମ୍ବାଇ: ୨୦୦୮ ମସିହା ନଭେମ୍ବର ୨୬ (୨୬/୧୧)ରେ ହୋଇଥିବା ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମନେପକାଇଛନ୍ତି ଦେଶର ନାମୀ ଶିଳ୍ପପତି ରତନ ଟାଟା।
୨୬/୧୧ରେ ଆତଙ୍କବାଦୀଙ୍କ ଅନ୍ୟତମ ଟାର୍ଗେଟରେ ଥିବା ତାଜ ପ୍ୟାଲେସ ହୋଟେଲର ଏକ ଚିତ୍ର ସେୟାର କରି ନିଜ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀ ଟାଟା କହିଛନ୍ତି ଯେ ସେଦିନର ଅମଙ୍ଗଳ ଓ ଧ୍ବଂସଲୀଳା ଭୁଲିଯିବା ଉଚିତ ନୁହେଁ।
ଏଥିସହ ଶ୍ରୀ ଟାଟା ସେଦିନ ଏକତ୍ର ହୋଇ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଥିବା ଲୋକଙ୍କ ପ୍ରଶଂସା କରିଛନ୍ତି। ୮୨ ବର୍ଷିୟ ବ୍ୟବସାୟୀ କହିଛନ୍ତି ଯେ ସେହିଦିନ ଦେଖାଯାଇଥିବା ସମ୍ବେଦନଶୀଳତା ଆଗାମୀ ବର୍ଷ ପାଇଁ ଉଜ୍ଜଳତା ଆଣିଦେବ।
— Ratan N. Tata (@RNTata2000) November 26, 2020
ସେ ତାଙ୍କ ଆକାଉଣ୍ଟରେ ଆହୁରି ବି ଲେଖିଛନ୍ତି କି ‘ମୁମ୍ବାଇ ଆକ୍ରମଣରେ ଆମେ ହରାଇଥିବା ଲୋକଙ୍କୁ ମନେପକାଇବା। ଶତ୍ରୁଙ୍କୁ ପରାସ୍ତ କରିଥିବା ସାହସୀ ଯୋଦ୍ଧାମାନଙ୍କ ବଳିଦାନକୁ ସମ୍ମାନ ଦେବ। ମାତ୍ର ଯଦି କିଛି ପ୍ରଶଂସାର ଯୋଗ୍ୟ ତାହା ହେଉଛି ଏକତା ଏବଂ ଦୟା।
ଉଲ୍ଲେଖଯୋଗ୍ୟ, ୨୬/୧୧ ମୁମ୍ବାଇ ଆକ୍ରମଣରେ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଏହି ଆଇକନିକ୍ ହୋଟେଲ୍କୁ ପ୍ରାୟ କେତେ ମାସ ଲାଗି ଯାଇଥିଲା। ଆକ୍ରମଣର ମାସକ ପରେ ହୋଟେଲ୍ ଖୋଲିଥିଲା। ଆକ୍ରମଣରେ ୩୧ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିଲେ।