ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଚମତ୍କାର ପ୍ରଦର୍ଶନ କରିଛି । ଭାରତୀୟ ହକି ଟିମର ଐତିହାସିକ ବିଜୟ ପରେ ଦଳରେ ସାମିଲ ଥିବା ହରିଆଣାର ୨ ଜଣ ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗୁରୁବାର ଦିନ ଘୋଷଣା କରିଛନ୍ତି କି, ଭାରତୀୟ ହକି ଟିମରେ ସାମିଲ ଥିବା ହରିଆଣାର ୨ ଜଣ ଖେଳାଳିଙ୍କୁ ସରକାରଙ୍କ ତରଫରୁ ୨.୫ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାସହ ସେମାନଙ୍କୁ ରାଜ୍ୟ ଖେଳ ବିଭାଗରେ ସିନିୟର କୋଚ ପଦ ବି ମିଳିବ । ଏହା ବ୍ୟତୀତ ୨ଖେଳାଳିଙ୍କୁ ରିଆତି ଦରରେ ଗୋଟିଏ ଲେଖାଏଁ ପ୍ଲଟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତୀୟ ହକି ଟିମରେ ସୋନିପତରୁ ସୁମିତ କୁମାର ଓ କୁରୁକ୍ଷେତ୍ରରୁ ସୁରେନ୍ଦ୍ର କୁମାର ସାମିଲ ହୋଇଥିଲେ । ସେମାନଙ୍କୁ ଏହି ସବୁ ସୁବିଧା ମିଳିବ।
मैं हरियाणा सरकार की तरफ से भारतीय पुरुष हॉकी टीम में शामिल हरियाणा के दोनों खिलाड़ियों को ढाई-ढाई करोड़ रूपये की इनाम राशि के साथ-साथ खेल विभाग में नौकरी और कंसेशनल रेट पर HSVP के प्लॉट देने की घोषणा करता हूँ। pic.twitter.com/UFT0kkQwfX
— Manohar Lal (@mlkhattar) August 5, 2021
ଏହା ସହ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା କୁସ୍ତି ଯୋଦ୍ଧା ରବି ଦହିୟାଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ରିଆତି ଦରରେ ଗୋଟିଏ ପ୍ଲଟ ଓ ଚାକିରି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
#Tokyo2020 में रजत पदक जीतने पर रवि दहिया को हरियाणा सरकार द्वारा 4 करोड़ की ईनाम राशि और सरकार में क्लास वन की नौकरी व कंसेशनल रेट पर HSVP का प्लॉट देने की घोषणा करता हूँ।
बेटे रवि दहिया को हार्दिक शुभकामनाएं। pic.twitter.com/yrFoAiC9rm
— Manohar Lal (@mlkhattar) August 5, 2021
ଅନ୍ୟପଟେ ଭାରତୀୟ ହକି ଟିମର ବିଜୟ ଓ ପଞ୍ଜାବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପରେ ପଞ୍ଜାବର କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂହ ସୋଢ଼ି ଘୋଷଣା କରିଥିଲେ କି ତାଙ୍କ ସରକାର ପଦକ ବିଜେତା ହକି ଟିମର ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବ । ଏହା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିିଂହ ଚୌହାନ ମଧ୍ୟ ମଧ୍ୟପ୍ରଦେଶର ୨ଜଣ ହକି ଖେଳାଳିଙ୍କୁ ୧କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବେ ବୋଲି ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତୀୟ ହକି ଟିମ୍ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ପଦକ ଆଣିବାରେ ସଫଳ ହୋଇଛନ୍ତି । ଏହି ସଫଳତା ପଛରେ ପଞ୍ଜାବ ଓ ହରିଆଣା ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଥିଲା । ଗୁରୁବାର ସକାଳେ ଯେତେବେଳେ ଭାରତୀୟ ହକି ଟିମ୍ ଜର୍ମାନୀଠାରୁ ବିଜୟ ହୋଇଥିଲା, ଏହି ଦୁଇଟି ରାଜ୍ୟରେ ଖୁସିର ଲହରି ଖେଳିଯାଇଥିଲା । ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ହକି ଖେଳରେ ପଦକ ଜିତିବାରେ ସକ୍ଷମ ହୋଇଥିଲା ।