ଶ୍ରୀନଗର: ଜମ୍ମୁ- କଶ୍ମୀରର ପୁଲୱାମା ଜିଲ୍ଲାରୁ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଆତଙ୍କବାଦୀ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ବଦରର ସଦସ୍ୟ ଥିବା ଜଣାପଡ଼ିଛି। ଗିରଫ ୨ ଆତଙ୍କବାଦୀଙ୍କ ନିକଟରୁ ନଗଦ ୬ଲକ୍ଷ ଟଙ୍କ ମଧ୍ୟ ଜବତ ହୋଇଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଏକ ନିର୍ଦ୍ଦିିଷ୍ଟ ସୂଚନା ମିଳିବା ପରେ ଆଜି ସକାଳେ ଲଡ଼ହୋ କ୍ରସିଂରେ ଚଢ଼ାଉ କରି ଏହି ୨ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ ସୁରକ୍ଷା କର୍ମୀ। ଗିରଫ ହୋଇଥିବା ଆତଙ୍କବାଦୀମାନେ ପୁଲଓ୍ଵାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳର ବାସିନ୍ଦା ରାୟ-ଉଲ-ହାସନ ଏବଂ ମୁସ୍ତାକ୍ ଅହମ୍ମଦ ମୀର ବୋଲି ଚିହ୍ନଟ କରାଯାଇଛି।
ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଏମାନଙ୍କ ନିକଟରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ବଦରର ଅନେକ ସାମଗ୍ରୀ ସମେତ ନଗଦ ୬ ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲେ। ପାକିସ୍ତାନରେ ଥିବା ଆତଙ୍କବାଦୀ କମାଣ୍ଡରମାନଙ୍କ ନିର୍ଦ୍ଦେଶ କ୍ରମେ ଏମାନେ ଜମ୍ମୁ- କଶ୍ମୀର ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ହାମଲା ଘଟାଇଥିବା ଅନୁସନ୍ଧାନରୁ ଜାଣିବା ପାଇଁ ମିଳଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ମଧ୍ୟରାତ୍ରିରେ ହିଜବୁଲ ମୁଜାହିଦ୍ଦିନର ତିନି ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗାନ୍ଦରବାଲ ଜିଲ୍ଲାରୁ ସୁରକ୍ଷା କର୍ମୀମାନେ ଗିରଫ କରିଥିଲେ।
ପୁଲୱାମାରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ବଦରର ୨ ଆତଙ୍କବାଦୀ ଗିରଫ
/sambad/media/post_attachments/wp-content/uploads/2020/09/Jk-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)