ଅନନ୍ତନାଗ ଜିଲ୍ଲାରେ ପ୍ରତିବାଦକାରୀଙ୍କ ଢେଲାମାଡ଼ରେ କଶ୍ମୀରୀ ଟ୍ରକ୍‌ ଚାଳକ ମୃତ

ଶ୍ରୀନଗର: ରବିବାର ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରତିବାଦକାରୀଙ୍କ ଢେଲା ମାଡ଼ ଯୋଗୁଁ ଜଣେ ବେସାମରିକ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ସ୍ଥାନୀୟ ଅଞ୍ଚଳ ଜ୍ରାଦିପୋରା ଉରାନ୍‌ହଲ ବାସିନ୍ଦା ୪୨ ବର୍ଷିୟ ନୂର୍‌ ମହମ୍ମଦ୍‌ ଘରକୁ ଫେରୁଥିବା ବେଳେ ପ୍ରତିବାଦକାରୀମାନେ ତାଙ୍କ ଟ୍ରକ୍‌କୁ ନିରାପତ୍ତା ବଳଙ୍କ ଯାନ ଭାବି ଢେଲା ଫିଙ୍ଗିଥିଲେ। ମୁଣ୍ଡରେ ଆଘାତ ଲାଗିଥିବା ଉକ୍ତ ଟ୍ରକ୍‌ ଚାଳକଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ସେଠାରେ ଘୋଷଣା କରିଥିଲେ।

Image Source: India TV

ପୁଲିସ କହିଛି ପ୍ରତିବାଦକାରୀମାନେ ସାଧାରଣ ନାଗରିକମାନଙ୍କ ଉପରକୁ ମଧ୍ୟ ଢେଲା ଫିଙ୍ଗୁଛନ୍ତି। ଏ ମାସର ପ୍ରାରମ୍ଭିକ ସମୟରେ ଶ୍ରୀନଗର ସହରର ଢେଲାମାଡ଼ ଯୋଗୁଁ ଜଣେ ୧୧ ବର୍ଷୀୟ ବାଳିକା ଆଖିରେ ଆଘାତ ଲାଗିଥିଲା।

ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ୍‌ ସିଂହ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇ ଅପରାଧୀମାନଙ୍କୁ ଧରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର