ଅନ୍ତର୍ଜାତୀୟ ମହିଳା ଦିବସ: ‘ନାରୀ ଶକ୍ତି’ ପୁରସ୍କାର ବିଜେତାଙ୍କ ହାତରେ ରହିବ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ନାରୀ ଶକ୍ତି’ ପୁରସ୍କାର ବିଜେତାଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ଗୁଡ଼ିକୁ ପରିଚାଳନା କରିବା ପାଇଁ ଏହି ବିଜେତାଙ୍କ ହାତରେ ଅର୍ପଣ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ‘ନାରୀ ଶକ୍ତି’ ବିଜେତାମାନେ ଲୋକ କଲ୍ୟାଣ ମାର୍ଗରେ ଭେଟିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସକାଳେ ‘ନାରୀ ଶକ୍ତି’ ପୁରସ୍କାର ପ୍ରଦାନ କରିବା ପରେ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବେ। ଆସନ୍ତାକାଲି ଏହି ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ୍‌ର ପରିଚାଳନା କରିବେ । ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ମହିଳାମାନେ ଅନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ୍‌ ପରିଚାଳନା କରିବେ।

ସମ୍ବନ୍ଧିତ ଖବର