ଅଫିସର୍‌ଙ୍କ ପାଇଁ ଘଣ୍ଟା‌ଏ, ସାଧାରଣ ଲୋକ ଆର୍‌ଟିପିସିଆର ରିପୋର୍ଟ ପାଇବାକୁ ୪-୫ ଦିନ କାହିଁକି ଲାଗୁଛି: ହାଇକୋର୍ଟ

ଅହମଦାବାଦ୍‌ ଗୁଜରାଟ ହାଇକୋର୍ଟ ଗୁଜରାଟରେ କରୋନା ସ୍ଥିତି ସଂକ୍ରାନ୍ତରେ ନିଜ ଆଡ଼ୁ ଏକ ଆବେଦନର ଶୁଣାଣି କରିଛନ୍ତି। କୋର୍ଟ ଅନୁଧ୍ୟାନ କରିଛନ୍ତି, ଅଫିସର୍‌ମାନେ କ‌ରୋନା ଟେଷ୍ଟ୍‌ କରିବାର କିଛି ଘଣ୍ଟା ମଧ୍ୟରେ ଆର୍‌ଟି -ପିସିଆର୍‌ ରିପୋର୍ଟ ପାଇ ଯାଉଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ୪-୫ ଦିନ ଲାଗୁଛି। କୋର୍ଟ ଏନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସ‌ନ୍ତୋଷ ପ୍ରକାଶ କରିଛନ୍ତି।

ବାବୁମାନଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ। ବାବୁମାନେ ଆର୍‌ଟି ପିସିଆର୍‌ ‌ଟେଷ୍ଟ୍‌ର କିଛି ଘଣ୍ଟା ମଧ୍ୟରେ ରିପୋର୍ଟ ପାଇ ଯାଉଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହ‌ା ୪-୫ ଦିନ କାହିଁକି ଲାଗୁଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ହସ୍ପିଟାଲ୍‌ରେ ବେଡ୍‌ ପାଇବାପାଇଁ ସାଧାରଣ ଲୋକ ସଂଘର୍ଷ କରୁଥିବାରୁ ସେନେଇ ମଧ୍ୟ କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସରକାର ଦାବି କରୁଛନ୍ତି ବେଡ୍‌ ଅଛି ଓ ଅକ୍ସିଜେନ୍‌ ସୁବିଧା ଥିବା‌ ବେଡ୍‌ ଅଛି। କିନ୍ତୁ ଲୋକମାନେ କାହିଁକି ଧାଡ଼ିରେ ଠିଆ ହେଉଛନ୍ତି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିକ୍ରମ ନାଥ କହିଛନ୍ତି। କୋର୍ଟ କହିଛନ୍ତି, ନମୁନା ସଂଗ୍ରହ ଏବଂ ଟେଷ୍ଟିଂ ଆହୁରି ବଢ଼ାଇବାକୁ ପଡ଼ିବ। ‌

ସମ୍ବନ୍ଧିତ ଖବର