ଅଯୋଧ୍ୟାରେ ଦୀପୋତ୍ସବ, ୫.୫୧ ଲକ୍ଷ ଦୀପ ପ୍ରଜ୍ଜ୍ବଳନ

ଅଯୋଧ୍ୟା: ଅଯୋଧ୍ୟାରେ ମହା ଆଡ଼ମ୍ବରରେ ଦୀପୋତ୍ସବ ପାଳନ ହୋଇଛି। ଦୀପୋତ୍ସବରେ ପ୍ରାୟ ୫.୫୧ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ଅନ୍ୟ ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଫିଜିର ଉପବାଚସ୍ପତି ବୀଣା ଭଟ୍ଟନାଗର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଯୋଗୀ ସରକାର ମଧ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମ ଅବସରରେ ୨୨୬ କୋଟି ଟଙ୍କାର ବିଭିନ୍ନ ‌ଯୋଜନାର ଶୁଭାରମ୍ଭ କରିଛନ୍ତି। ଦୀପ ପ୍ରଜ୍ଜଳନ ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କର ଏକ ମୂର୍ତ୍ତି ସହ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ସାକେତ୍‌ କଲେଜ୍‌ରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ରାମକଥା ପାର୍କ ନିକଟରେ ‌ଶେଷ ହୋଇଥିଲା। ବିଭିନ୍ନ ଦେଶରୁ କଳାକାର ମଧ୍ୟ ଏହି ଶୋଭାଯାତ୍ରାରେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ସନ୍ଧ୍ୟା ୬.୨୦ ସମୟରେ ସରଜୁ ନଦୀ କୂଳରେ ଆରତୀ କରାଯାଇଥିଲା ଏବଂ ସନ୍ଧ୍ୟା ୬.୪୫ ସମୟ‌ରେ ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଦୀପୋତ୍ସବ ପାଇଁ ୫ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଜ୍ବଳନ କରାଯାଇଛି। ଉତ୍ତରପ୍ରଦେଶ ସରକାର ଏହ‌ି କାର୍ଯ୍ୟକ୍ରମ ପାଇଁ ୧୩୩ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଦୀପୋତ୍ସବକୁ ଏକ ନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାବେ ଲୋକପ୍ରୀୟ କରାଯାଇଛି। ମଧ୍ୟପ୍ର‌ଦେଶ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରୁ ଆସିଥିବା କଳାକାରମାନେ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମରେ କଳା ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ୫୫୧,୦୦୦ ମାଟି ଦୀପ ଜାଳି ଅଯୋଧ୍ୟା ପ୍ରଶାସନ ଗିନିସ ୱାର୍ଲ୍ଡ‌୍ ରେକର୍ଡ କରିବା ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର