ନୂଆଦିଲ୍ଲୀ,: ଅଯୋଧ୍ୟାର ନିର୍ବିବାଦୀୟ ଅତିରିକ୍ତ ଜମିକୁ ଫେରସ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ବିରୋଧରେ ନିର୍ମହି ଆଖଡା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି।
ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସ୍ଜିଦ ପାଖେ ଥିବା ପ୍ରାୟ ୬୭.୩୯୦ ଏକର ଜମି ମୂଳମାଲିକଙ୍କୁ ଫେରାଇବା ପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ। ଉକ୍ତ ନିର୍ବିବାଦୀୟ ଜମିକୁ ସରକାର ଅଧିଗ୍ରହଣ କରିଥିଲେ। ଏହାକୁ ରାମ ଜନ୍ମଭୂମିନ୍ୟାସକୁ ଫେରାଇବା ପାଇଁ ଆବେଦନ କରି କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ। ସୁପ୍ରିମକୋର୍ଟର ୨୦୦୩ ନିର୍ଦେଶକୁ ପରିବର୍ତନ କରିବା ପାଇଁ ଏହି ସରକାର ଆବେଦନ କରିଥିଲେ।
ଉକ୍ତ ଆବେଦନକୁ ବିରୋଧ କରି ନିର୍ମହି ଆଖଡା କହିଛି ଯେ ଅଧିଗ୍ରହଣ କରାଯାଇଥିବା ଜମିରେ ବହୁତ ଗୁଡିଏ ମନ୍ଦିର ରହିଛି। ଏଣୁ ନିର୍ବିବାଦୀୟ ଜମି କେବଳ ରାମ ଜନ୍ମଭୂମିନ୍ୟାସକୁ ଦେଲେ ଅନ୍ୟ ପକ୍ଷ ମଧ୍ୟ ପ୍ରଭାବିତ ହେବେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର