ଆଇଆର୍‌ସିଟିସି ଦୁର୍ନୀତି ମାମଲାରେ ଲାଲୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜ୍‌ମ୍‌ କର୍ପୋରେସନ୍‌ ଦୁର୍ନୀତି ମାମଲାରେ ସମ୍ପୃକ୍ତ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ସମ୍ପ୍ରତି ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍‌ଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ଅଦାଲତରେ ହାଜର ହୋଇଥିଲେ।

ସିବିଆଇ ଫାଇଲ୍‌ କରିଥିବା ମାମଲାର ଶୁଣାଣି ନିମନ୍ତେ ଜାନୁଆରି ୨୦୧୯ ଯାଏଁ ଅଦାଲତ ଏହି ମାମଲାର ଶୁଣାଣି ବନ୍ଦ ରଖିଛନ୍ତି।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବି, ଏବଂ ତେଜସ୍ୱୀ ଯାଦବ ଏହି ମାମଲାରେ ଗୁରୁବାର ଦିନ ଅଦାଲତରେ ହାଜର ହୋଇଥିଲେ।

ସମ୍ବନ୍ଧିତ ଖବର