ଆଧାର ସଂଯୋଗ ପାଇଁ ୩ କୋଟି ରାସନ୍‌ କାର୍ଡ କାଟିଦେବା ଗମ୍ଭୀର ବ୍ୟାପାର: ସୁପ୍ରିମକୋର୍ଟ

3 crore ration cards for Aadhaar connection

ନୂଆଦିଲ୍ଲୀ: କେବଳ ଆଧାର ସଂଯୋଗ ନ ହେବା କାରଣରୁ କେନ୍ଦ୍ର ସରକାର ୩ କୋଟି ରାସନ୍‌ କାର୍ଡ ନାକଚ କରିଦେବା ଘଟଣାରେ ସୁପ୍ରିମକୋର୍ଟ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥି ସହିତ ଏ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ତର ରଖିବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ କରିଛନ୍ତି। ଏହା ଏପରି ଏକ ପ୍ରସଙ୍ଗ ଯାହାକୁ କେବେ ବିରୋଧାତ୍ମକ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡ଼େଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ଟିପ୍ପଣୀ କରିବା ସହ ମାମଲାର ଚୂଡ଼ାନ୍ତ ଶୁଣାଣି କରିବା ପାଇଁ ଗ୍ରହଣ କରିଛନ୍ତି। ସେହିପରି ଏଭଳି ମାମଲା ଆଗେ ସଂପୃକ୍ତ ରାଜ୍ୟର ହାଇକୋର୍ଟରେ ଆଗତ ହେବା ଦରକାର ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ଆବେଦନକାରିଣୀ କୋଇଲି ଦେବୀଙ୍କ ୧୧ ବର୍ଷୀୟ ଝିଅ ସନ୍ତୋଷୀର ୨୦୧୮ ସେପ୍ଟେମ୍ବର ୨୮ରେ ଅନାହାର ମୃତ୍ୟୁ ହୋଇଥିଲା। ସେମାନେ ଦଳିତ ପରିବାରର ହୋଇଥିବା ବେଳେ ଆଧାର ସହ ସଂଯୋଗୀକରଣ ହୋଇନଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କ ରାସନ କାର୍ଡକୁ ନାକଚ କରିଦେଇଥିଲେ।

ସମ୍ବନ୍ଧିତ ଖବର