ଆମେରିକାରେ ଅଲୌକିକ ଘଟଣା, ମୃତ୍ୟୁର ୪ ବର୍ଷ ପରେ ବି ସତେଜ ଅଛି ନନଙ୍କ  ମୃତଦେହ

ନ୍ୟୁୟର୍କ : ଆମେରିକାର ମିସୌରି ରାଜ୍ୟରେ ଏକ ଅଲୌକିକ ଘଟଣା ଘଟିଥିବା ଦାବି କରାଯାଉଛି । ସେଠାକାର ଏକ ମୌନାଷ୍ଟ୍ରି (ଖ୍ରୀଷ୍ଟିଆନ ମାନଙ୍କ ମଠ )ରେ ଗତ ୪ ବର୍ଷ ହେଲା ରଖାଯାଇଥିବା ଜଣେ ନନଙ୍କ ମୃତଦେହ ସତେଜ ଥିବା ଦେଖାଯାଇଛି । ଏହି ଖବର ବ୍ୟାପିବା ପରେ ଉକ୍ତ ନନଙ୍କୁ ଦେଖିବାକୁ ହଜାର ହଜାର ଲୋକ ଉକ୍ତ ମୋନାଷ୍ଟ୍ରିରେ ପହଞ୍ଚିବାରେ ଲାଗିଛନ୍ତି ।

କ୍ୟାଥୋଲିକ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ ସିଷ୍ଟର ଓ୍ବିଲହେଲମିନା ଲାଙ୍କେଷ୍ଟରଙ୍କ ମୃତ୍ୟୁ ଗତ ୨୦୧୯, ମେ ୨୯ରେ ହୋଇଥିଲା । ମୃତ୍ୟୁପରେ ତାଙ୍କ ମୃତଦେହକୁ ଏକ କାଠ କଫିନରେ ରଖାଯାଇଥିଲା । ଉକ୍ତ ନନ୍ ୧୯୯୫ ମସିହାରେ ବେନେଡିକ୍ଟନେସ ଅଫ ମେରି, କ୍ବିନ ଅଫ ଆପୋସଲ୍ସ ଅର୍ଡର ପ୍ରତିଷ୍ଠା କରିଥିଲେ । ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ଏପରି ଅର୍ଡର ପ୍ରତିଷ୍ଠାତାମାନଙ୍କ  ମୃତଦେହକୁ ପ୍ରଥମେ ଏକ ଅସ୍ଥାୟୀ କବରସ୍ଥଳୀରେ ରଖାଯାଏ ଓ କିଛି ବର୍ଷ ପରେ ଏକ ସ୍ଥାୟୀ କବରସ୍ଥଳୀକୁ ନିଆଯାଏ । ଏହି କାର୍ଯ୍ୟପାଇଁ ତାଙ୍କ ମୃତଦେହକୁ ନିକଟରେ କଫିନରୁ ବାହାର କରାଯିବାବେଳେ ଅନ୍ୟ ସିଷ୍ଟମରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ୪ ବର୍ଷ ପରେ ବି ମୃତଦେହ ସତେଜ ଥିଲା ଓ ତାହା ନଷ୍ଟ ହୋଇନଥିଲା । ଏହି ଘଟଣାକୁ ଏକ ଚମତ୍କାର ବୋଲି ଦାବି କରାଯାଉଛି । କ୍ୟାଥୋଲିକ ପରମ୍ପରାରେ ବିଶ୍ବାସ କରାଯାଏ ଯଦି ଏକ ମୃତଦେହ ସ୍ବାଭାବିକଭାବେ ଗଳିତ ହୁଏ ନାହିଁ, ତେବେ ଉକ୍ତ ବ୍ୟକ୍ତି ପବିତ୍ର ଓ ନିଷ୍ପାପ ସନ୍ଥ ଥିଲେ ବୋଲି ବିଶ୍ବାସ କରାଯାଏ ।

 

ସମ୍ବନ୍ଧିତ ଖବର