ଆମେରିକାରେ ‘ନେଟ୍‌’ ଝଡ଼ ଆତଙ୍କ: ୨୨ ମୃତ

ନୂଆଦିଲ୍ଲୀ : ଭୟଙ୍କର ଝଡ଼ ନେଟ୍‌ କେନ୍ଦ୍ରିୟ ଆମେରିକାରେ ଆତଙ୍କ ସୃଷ୍ଟି କରିଛି। ନେଟ୍‌ ହେତୁ କେନ୍ଦ୍ର ଆମେରିକାରେ ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କୋଷ୍ଟା ରିକା, ନିକାରାଗୁଆ ଏବଂ ହୋଣ୍ଡୁରାସରେ ୨୨ଜଣଙ୍କର ମୃତ୍ୟୁ ହୋଇଛି। କୋଷ୍ଟାରିକାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ନିକାରାଗୁଆରେ ୧୧ ଜଣ ଏବଂ ହୋଣ୍ଡୁରାସରେ ୩ଜଣଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୨୦ ଜଣ ନିଖୋଜ ଅଛନ୍ତି। କୋଷ୍ଟା ରିକାରେ ସମସ୍ତ ଟ୍ରେନ୍‌ ଏବଂ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି। ଆଗକୁ ନେଟ୍‌ ଅଧିକ ଶକ୍ତିଶାଳୀ ରୂପ ନେଇ କ୍ୟାଟେଗୋରୀ ୧ ଝଡ଼ ଭାବେ ଆମେରିକାର ଦକ୍ଷିଣ ଉପକୂଳରେ ଭୁମିଷ୍ଟ ହେବ। ଫ୍ଲୋରିଡ଼ା ଏବଂ ଟେକ୍ସାସ ବାସିନ୍ଦାମାନଙ୍କୁ ଏଥିଲାଗି ଆଗୁଆ ସତର୍କ କରାଯାଇଛି। ଉଭୟ ଟେକ୍ସାସ ଏବଂ ଫ୍ଲୋରିଡ଼ା ବାସିନ୍ଦାମାନେ ହାର୍ଭେ ଏବଂ ଇର୍ମାଦ୍ୱାରା ହୋଇଥିବା କ୍ଷୟକ୍ଷତିରୁ ବର୍ତ୍ତିନଥିବାବେଳେ ଏବେ ତୃତୀୟଥରର ସାମୁଦ୍ରିକ ଝଡ଼ ସେମାନଙ୍କ ଚିନ୍ତା ବଢାଇ ଦେଇଛି। ୨୯ଟି ଫ୍ଲୋରିଡା ଦେଶ ଏବଂ ଲୁଇଜିଆନାର ନ୍ୟୁ ଅର୍ଲିନ୍ସରେ ଜରୁରୀ ସ୍ଥିତି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର