‘ଆହ୍ଲାବାଦ୍‌ର’ ନାମ ‘ପ୍ରୟାଗରାଜ୍‌’ ହେବ ବୋଲି ଯୋଗୀ କହିବା ପରେ ଆହୁରି ୧୮ଟି ସହରର ନାମ ପରିବର୍ତ୍ତନ ପ୍ରସ୍ତାବଦେଲେ ଜଷ୍ଟିସ୍‌ କାଟ୍‌ଜୁ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ପ୍ରକାଶ କରିଛନ୍ତି। ଯୋଗୀଙ୍କର ଏହି ନିଷ୍ପତ୍ତି ପରେ ଜଷ୍ଟିସ୍‌ି ମାର୍କଣ୍ଡେୟ କାଟ୍‌ଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନ୍ୟ କେତେକ ସହରର ନାମ ବଦଳା ଯାଇପାରିବ ବୋଲି ଏକ ପ୍ରସ୍ତାବ ଦେଇଛନ୍ତି।

ଯୋଗୀଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ କାଟ୍‌ଜୁ କହିଛନ୍ତି, ‘ଆହ୍ଲାବାଦ୍‌ର ନାମ ବଦଳାଇ ପ୍ରୟାଗରାଜ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଶୁଭେଚ୍ଛା। ମାତ୍ର ନିଶ୍ଚିତ ଭାବେ ଏତିକି ଯଥେଷ୍ଟ ନୁହେଁ। ମୁଁ ନିମ୍ନରେ ଆହୁରି କେତକ ବିକଳ୍ପ ନାମର ତାଲିକା ପ୍ରଦାନ କରୁଛି।’

କାଟ୍‌ଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଆହୁରି ୧୮ଟି ସହରର ନାମ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶେଷରେ ସେ ଏହା ଲେଖି ନିଜର ପୋଷ୍ଟ୍‍ ସମାପ୍ତ କରିଛନ୍ତି କି ‘ଦୟାପୂର୍ବକ ଏହି ଅଧିନିୟମ ପାଇଁ ଆବେଦନକାରୀ ସଦା ପ୍ରାର୍ଥନା କରିବ।’

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଯୋଗୀ ଆଦିତ୍ୟନାଥ କହିଥିଲେ କି ପବିତ୍ର ଗଙ୍ଗା ଓ ଯମୁନା ନଦୀର ସଂଗମସ୍ଥଳ ହୋଇଥିବାରୁ ଏହା ସବୁ ପ୍ରୟାଗର ରାଜ ହୋଇଥିବା ହେତୁ ଆହ୍ଲାବାଦ୍‌ର ନାମ ପ୍ରୟାଗରାଜ ଦିଆଯିବ।

ସମ୍ବନ୍ଧିତ ଖବର