ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ

ଜାକର୍ତା : ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ ହୋଇଛି। ବାନ୍ଦା ସାଗରର ତାନିମ୍ବାର ଆଇଲାଣ୍ଡ୍‌ରେ ସୃଷ୍ଟ ଏହି ଭୂକମ୍ପର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଉତ୍ତର ଅଷ୍ଟ୍ରେଲିଆରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ୟୁନାଇଟେଡ୍‌ ଷ୍ଟେଟ୍‌ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ୍‌) ପକ୍ଷରୁ ଜଣାପଡ଼ିଛି ‌ଯେ ଭୂପୃଷ୍ଠରୁ ୨୦୮ କିମି ଗଭୀରତାରେ ଥିଲା ଏହି ଭୁକମ୍ପର ଉତ୍ପତ୍ତିସ୍ଥଳ। ଉଭୟ ଇଣ୍ଡୋନସିଆ ଏବଂ ଅଷ୍ଟ୍ରେଲିଆର ସୁଉଚ୍ଚ ଅଟ୍ଟାଳିକାରୁ ଲୋକମାନଙ୍କୁ ଖାଲି କରିଦିଆଯାଇଛି।

ସମ୍ବନ୍ଧିତ ଖବର