ଇରାକ୍‌ରେ ନିଖୋଜ ଭାରତୀୟଙ୍କୁ ଠାବ କରିବାକୁ ଡିଏନ୍‌ଏ ପରୀକ୍ଷା କରାଯିବ

ନୂଆଦିଲ୍ଲୀ: ଜୁନ୍‌ ୨୦୧୪ ମସିହାରୁ ଇରାକ୍‌ରେ ନିରୁଦ୍ଦେଶ ହୋଇ ଯାଇଥିବା ୩୯ ଜଣ ଭାରତୀୟଙ୍କ ସମ୍ପର୍କୀୟମାନଙ୍କ ଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଡିଏନ୍‌ଏ ନମୁନା ସଂଗ୍ରହ କରିବା ଆରମ୍ଭ କରି ଦେଇଛି। ଶେଷକୁ କେନ୍ଦ୍ର ସରକାର ନିରୁଦ୍ଦିଷ୍ଟ ଲୋକମାନଙ୍କ ସମ୍ବନ୍ଧରେ କିଛି ସୂଚନା ପାଇଛି କିନ୍ତୁ ଆହୁରି ଅଧିକ ସୂଚନା ନ ପାଇବା ପର୍ଯ୍ୟନ୍ତ କୌଣସି କଥା ପ୍ରକାଶ କରିବାକୁ ଚାହୁଁ ନାହିଁ ବୋଲି ଅନୁଭବ କରୁଥିବା ସେମାନଙ୍କ ଆତ୍ମୀୟମାନଙ୍କ ମଧ୍ୟରେ ଉଭୟ ଆଶା ଏବଂ ଆଶଙ୍କା ଉତ୍ପନ୍ନ ହୋଇଛି।

Image Courtesy of The Indian Express

ଦିଲ୍ଲୀରେ ଅବସ୍ଥିତ ଶୀର୍ଷସ୍ତରୀୟ ସରକାରୀ ସୂତ୍ରରୁ ପ୍ରକାଶ ଯେ ରୁଟିନ୍‌ ପଦ୍ଧତି ଅନୁସାରେ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଉଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାଧାରଣ ପ୍ରଥା ଅନୁସାରେ ସରକାର ଇରାକୀୟ ସରକାରଙ୍କୁ ନମୁନା ଯୋଗାଇ ଦେବା ଆବଶ୍ୟକ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପୂର୍ବରୁ ପଞ୍ଜାବ ସମତେ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖି ଥିଲେ। ଏହି ମାମଲା ସମ୍ବନ୍ଧରେ ଇରାକ୍‌ ସରକାର ଭାରତ ସରକାରଙ୍କ ସହ ଯୋଗସୂତ୍ର ରଖି ଆସୁଛି। ପୂର୍ବରୁ ଇରାକ୍‌ ସରକାର ଜଣାଇ ଥିଲେ ଯେ ନିଖୋଜ ଭାରତୀୟଙ୍କ ମାମଲାରେ ତାଙ୍କ ନିଜ ତଦନ୍ତ ପାଇଁ ସେମାନେ ନମୁନା ଆବଶ୍ୟକ କରୁଛନ୍ତି। ଭାରତୀୟ ଅଧିକାରୀଙ୍କ ମତରେ, ୩୯ ଜଣ ଭାରତୀୟ ନାଗରିକ ମୃତ କି, ଜୀବିତ ଏହା କୌଣସିମତେ ଚୂଡ଼ାନ୍ତ ପ୍ରମାଣ ଦେଉନାହିଁ।

ପ୍ରାୟ ୪୦ ଜଣ ଭାରତୀୟ ଯୁବକ, ଅଧିକାଂଶ ପଞ୍ଜାବି, ମୋସୁଲ ଠାରେ ଏକ ନିର୍ମାଣକାରୀ କମ୍ପାନିରେ କାମ କରୁଥିଲେ। ସେମାନଙ୍କୁ ୨୦୧୪ ମସିହା ଜୁନ୍‌ ୧୧ ତାରିଖ ଦିନ ଇସ୍‌ଲାମିକ୍‌ ଷ୍ଟେଟ୍‌ ଟେରରିଷ୍ଟ୍‍ମାନେ ଅପହରଣ କରି ନେଇ ଥିବା କୁହା ଯାଉଛି। ଅପହୃତ ଲୋକମାନଙ୍କ ମଧ୍ୟରୁ ପଞ୍ଜାବ ଫେରିଥିବା ହର୍‌ଜିତ୍‌ ମାସିହ୍‌ ନାମଧ୍ୟେୟ ଜଣେ ବ୍ୟକ୍ତି ଦାବି କରିଥିଲେ ଯେ ସେ ଛକାପଞ୍ଝା କରି ଆତଙ୍କବାଦୀମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇ ଥିଲେ। ତା’ପର ଠାରୁ ବାକି ୩୯ ଜଣ ଭାରତୀୟମାନଙ୍କର ପତ୍ତା ମିଳୁ ନାହିଁ।

Photo Courtesy of HT

ନିରୁଦ୍ଦେଶ ବ୍ୟକ୍ତିମାନଙ୍କ ସଂକ୍ରାନ୍ତରେ ଅନେକ ଉଡ଼ା ଖବର ଶୁଣବାକୁ ମିଳୁଛି। କେତେକ ଖବର ଅନୁସାରେ ମୋସୁଲ୍‌ ଠାରେ ସେମାନଙ୍କୁ ଆଇଏସ୍‌ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଆଉ କିଛି ଖବର ଅନୁସାରେ, ସେମାନଙ୍କୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମୋସୁଲ୍‌ ନିକଟବର୍ତ୍ତୀ ବାଦୁଶ୍‌ ଜେଲ୍‌ରେ ରଖା ଯାଇଛି। ଜୁଲାଇ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସଂସଦରେ କହିଥିଲେ ଯେ ବଳିଷ୍ଠ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ସେ ୩୯ ଜଣ ବ୍ୟକ୍ତି ମରିଥିବା କଥା ସେ ଘୋଷଣା କରି ପାରିବେ ନାହିଁ।

Photo Courtesy of First Post

ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ଆମେରିକା ସମର୍ଥୀତ ସିରୀୟ ସେନା ସିରିୟା ଠାରେ ଥିବା ଆଇଏସ୍‌ ରାଜଧାନୀ ରାକ୍କାକୁ ଅଧିକାର କରିଛି। ଆତଙ୍କବାଦୀ ଦଳଙ୍କ ଅକ୍ତିଆରରେ ଥିବା ସେ ଅଞ୍ଚଳରେ ବହୁ ସଂଖ୍ୟକ ଗଣ ସମାଧି ଆବିଷ୍କୃତ ହୋଇଛି। କୌଣସି ଭାରତୀୟ ପୀଡ଼ିତ ଏହି ସବୁ ସମାଧିରେ ଅଛନ୍ତି କି, ନାହିଁ ଏହି ଡିଏନ୍‌ଏ ନମୁନା ସବୁ ନିଶ୍ଚିତ କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର