ଉଦ୍‌ଘାଟନର ୧୪ ଘଣ୍ଟା ମଧ୍ୟରେ ଧୋଇଗଲା ବନ୍ଧ

ରାଞ୍ଚି : ଝାଡ଼ଖଣ୍ଡ ସରକାରଙ୍କର ୨୫,୦୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଡ୍ୟାମ୍ ଉଦ୍‌ଘାଟନ ହେବାର ମାତ୍ର ୧୪ ଘଣ୍ଟା ମଧ୍ୟରେ ଧୋଇ ଯାଇଛି। ଏହାଦ୍ବାରା ୧୦୦ ଏକର ବ୍ୟାପୀ ଚାଷଜମିରେ ଫସଲ ଉଜୁଡ଼ି ଯାଇଛି। ଝାଡ଼ଖଣ୍ଡ ସରକାରଙ୍କର ଏହି ଜଳସେଚନ ପ୍ରକଳ୍ପ ୧୨ ‌କୋଟି ଟଙ୍କାରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପାଇଁ ପ୍ରାୟ ୪୨ ବର୍ଷ ଲାଗି ଯାଇଥିଲେ ମଧ୍ୟ ଡ୍ୟାମ୍‌ ଉଦ୍‌ଘାଟନ ହେବାର ମାତ୍ର ୧୪ ଘଣ୍ଟା ମଧ୍ୟ‌ରେ ଏହା ଭୁଶୁଡ଼ି ପଡ଼ିଛି। ଅନ୍ୟପ‌କ୍ଷେ ଝାଡ଼ଖଣ୍ଡରେ ସରକାରୀ ଅଧିକାରୀମାନେ ଏଥିପାଇଁ ମୂଷାଙ୍କୁ ଦାୟୀ କରିଛନ୍ତି। ଗିରିଡିହ ଜିଲ୍ଲାରେ ଥିବା ଏହି ଜଳସେଚନ ପ୍ରକଳ୍ପକୁ ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉଦଘାଟନ କରିଥିଲେ। ଗିରିଡ଼ିହର ପ୍ରାୟ ୮୫ଟି ଗ୍ରାମକୁ ଏହି କେନାଲ୍‌ ଜଳ ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆରମ୍ଭରୁ ଲୋକଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେଲାଣି। ଲୋକଙ୍କ ଫସଲ ପାଣିରେ ଧୋଇ ଯାଇଛି।

ସମ୍ବନ୍ଧିତ ଖବର