ଋଷିଆଠାରୁ ୨୧ଟି ମିଗ-୨୯ ଓ ୧୨ଟି ସୁଖୋଇ-୩୦ କିଣିବ ଭାରତ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ୨୧ଟି ମିଗ-୨୯ ଓ ୧୨ଟି ସୁଖୋଇ-୩୦ କିଣିବାକୁ ଯୋଜନା କରୁଛି । ଏ ନେଇ ବାୟୁସେନା ପକ୍ଷରୁ ଏକ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରାଳୟକୁ ଦିଆଯାଇଛି । ଆସନ୍ତା କିିଛି ସପ୍ତାହ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଏ ସଂପର୍କରେ ବିଚାରବିମର୍ଷ ପରେ ଚୂଡାନ୍ତ ନିଷ୍ପତ୍ତି ନେବ ।
ବାୟୁସେନା ବ୍ୟବହାର କରୁଥିବା ଋଷ ନିର୍ମିତ ମିଗ-୨୧ ବିମାନଗୁଡିକ ପୁରୁଣା ହୋଇଯାଇଥିବାରୁ ସେଗୁଡିକୁ ପର୍ଯ୍ୟାୟକ୍ରମେ ବଦଳାଯାଉଛି । ସେହିପରି ବିଭିନ୍ନ ସମୟରେ ଦୁର୍ଘଟଣା ଯୋଗୁଁ ଲଢୁଆ ବିମାନ ସ୍କ୍ଵାର୍ଡନ ସଂଖ୍ୟା କମିଚାଲିଛି । ଏହାକୁ ଦୃଷ୍ଟିରେ ରଖି ବାୟୁସେନା ଜରୁରୀକାଳୀନ ଭିତ୍ତିରେ ଏହି ବିମାନଗୁଡ଼ିକୁ କିଣିବାକୁ ପ୍ରସ୍ତାବ ଦେଇଛି । ଭାରତୀୟ ବାତାବରଣକୁ ଦୃଷ୍ଟିରେ ରଖି ଅପଗ୍ରେଡ ହୋଇଥିବା ମିଗ-୨୯ ବିମାନଗୁଡ଼ିକୁ ଭାରତକୁ ପ୍ରଦାନ ପାଇଁ ଋଷିଆ ପ୍ରସ୍ତାବ ଦେଇଥିଲା । ତେବେ ଏସବୁ ବିମାନଗୁଡ଼ିକର ଦରକୁ ନେଇ ଏବେ ଦୁଇଦେଶ ମଧ୍ୟରେ ଆଲୋଚନା ଚାଲୁ ରହିଛି । ଏବେ ବାୟୁସେନା ପାଖରେ ୩ଟି ସ୍କ୍ଵାର୍ଡନ ମିଗ୨୯ ରହିଛି ।

ସମ୍ବନ୍ଧିତ ଖବର