ଏଚ୍‌ ରାଜାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

ଚେନ୍ନାଇ: ପୁଲିସ ଏବଂ ନ୍ୟାୟପାଳିକା ବିରୋଧରେ ଅପମାନଜନକ ବୟାନ ଦେଇଥିବାରୁ  ମାଡ୍ରାସ୍‌ ହାଇକୋର୍ଟ ବିଜେପି ଜାତୀୟ ସମ୍ପାଦକ ଏଚ୍‌ ରାଜାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ମାଡ୍ରାସ ହାଇକୋର୍ଟରେ ବିଚାରପତି ସିଟି ସେଲଭମ୍‌ ଏବଂ ନିର୍ମଳ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଏଚ୍‌ ରାଜାଙ୍କୁ ୪ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର