ଏଣିକି ଘରେ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର । ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର । ହୋମ ଆଇସୋଲେସନ ରୋଗୀ ମଧ୍ୟ ଯେପରି ଘରେ ରହି ସବୁଧା ପାଇପାରିବେ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏହା ଦ୍ୱାରା ହସ୍ପିଟାଲରେ ଭିଡ଼ ମଧ୍ୟ କମ ରହିବ ।

ହୋମ ଆଇସୋଲେସନରେ ଥିବା ଲୋକମାନେ ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକ ସେମାନେ ଦିଲ୍ଲୀ ସରକାରଙ୍କ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ସହ ଫଟୋ, ଆଧାର କାର୍ଡ, କରୋନା ସଂକ୍ରମିତ ରିପୋର୍ଟ ଅପଲୋର୍ଡ କରିବା ଆବଶ୍ୟକ ।

ବର୍ତ୍ତମାନ ଦିଲ୍ଲୀରେ ୫୦ରୁ ଅଧିକ କରୋନା ରୋଗୀ ହୋମ ଆଇସୋଲେସନରେ ରହିଛନ୍ତି । ଏହି ସଂଖ୍ୟାକୁ ନଜରରେ ରଖି ସରକାର ହୋମ ଆଇସୋଲେସନ ଥିବା ରୋଗୀ ମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ସମ୍ବନ୍ଧିତ ଖବର