ଏହି ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଭାରତ ସରକାର ୨୩ ଜଣ ଲୋକଙ୍କୁ ଆତଙ୍କବାଦୀ ଘୋଷିତ କରିଛନ୍ତି । ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ସରକାର ଏହି ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଏହି ତାଲିକାରେ ହାଫିଜ ସଇଦ, ମୁସ୍ତାକ ଅହମ୍ମଦ ଜର୍ଗରଙ୍କ ଭଳି ନାମ ରହିଛି। ସେହିପରି ଏଥିରେ କିଛି ଶିଖ ଆତଙ୍କବାଦୀଙ୍କ ନାଁ ବି ରହିଛି ।  ମଙ୍ଗଳବାରଦିନ ସଂସଦର ପ୍ରଶ୍ନୋତ୍ତର କାଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଥିଲେ ।

ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନରେ ଅଛନ୍ତି । ଯେଉଁ ସବୁ ସଂଗଠନ ସହ ଏସବୁ ଆତଙ୍କବାଦୀମାନେ ସଂପୃକ୍ତ ସେଗୁଡ଼ିକ ମଧ୍ୟରେ ରହିଛି ଜୈସ-ଇ-ମହମ୍ମଦ, ଅଲ-ବଦ୍ର,ଲସ୍କର-ଇ-ତୋଇବା, ହିଜବୁଲ ମୁଜାହିଦ୍ଦିନ, ଜେକେଏଲଏଫ, ତେହରିକ-ଉଲ-ମୁଜାହିଦ୍ଦିନ, ହରକତ-ଉଲ ଜିହାଦ, ଖଲିସ୍ତାନ ଟାଇଗର ଫୋର୍ସ ଓ ବାବର ଖାଲସା ଇଣ୍ଟରନ୍ୟାସନାଲ । ପାକିସ୍ତାନର ଆଇଏସଆଇ ଏସବୁ ସଂଗଠନଗୁଡ଼ିକୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିଥାଏ ବୋଲି ଜଣାପଡ଼ିଛି ।

ଏସବୁ ଆତଙ୍କବାଦୀମାନେ ହେଲେ ହାଫିଜ ତଲହା ସୟିଦ, ମୈଉଦ୍ଦିନ ଔରଙ୍ଗଜେବ ଆଲମଗିର, ଅଲ୍ଲୀ କାଶିଫ୍ ଜାନ୍, ମୁସ୍ତାକ ଅହମ୍ମଦ ଜର୍ଗର, ଆସିଫ୍ ଅହମେତ ନେଙ୍ଗାରୁ, ଶେଖ୍ ସଜାଦ୍, ଅର୍ଜୁମାଣ୍ଡ ଗୁଲଜାର ଦର୍, ଇମ୍ତିଆଜ ଅହମ୍ମଦ କାଣ୍ଡୁ, ଶୌକତ ଅହମ୍ମଦ ଶେଖ, ବସିତ ଅହମ୍ମଦ ଆସିତ, ହବିବୁଲ୍ଲା ମଲ୍ଲିକ, ବଶିର ଅହମ୍ମଦ ପୀର, ଇର୍ଶାଦ ଅହମ୍ମଦ, ରଫିକ୍ ନାଇ, ଜାଫର ଇକବାଲ, ବିଲାଲ ଅହମ୍ମଦ ବେଗ,ଶେଖ୍ ଜାମିଲ ତୁମ ରହମାନ,ଏଜାଜ ଅହମ୍ମଦ ଅହଙ୍ଗର, ମହମ୍ମଦ ଅମିନ ଖୁବାଇବ, ଅରବାଜ ଅହମ୍ମଦ ମୀର, ଅସିଫ ମକବୁଲ ଡାର୍, ଅର୍ଶଦୀପ ସିଂ ଗିଲ ଓ ହରବିନ୍ଦର ସିଂ ସାନ୍ଧୁ ।

ସମ୍ବନ୍ଧିତ ଖବର