ଓମିକ୍ରନକୁ ଭୟ କରିବାର କାରଣ କଣ ? ଉତ୍ତର ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ ଆତଙ୍କ ଖେଳାଇଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଭାରତରେ ଆଜି ଏହି ପ୍ରଜାତିର ଦୁଇଟି ମାମଲା ଚିହ୍ନଟ ହୋଇଛି । ଏହା ପରେ ଭାରତରେ ବି ଆତଙ୍କ ଖେଳିଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଓମିକ୍ରନକୁ ନେଇ ଏହି ଆତଙ୍କର କାରଣ କ’ଣ ?

ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି  ଦେଶର ଜଣାଶୁଣା ଡାକ୍ତର ତଥା ମେଦାନ୍ତ ମେଡିସିଟିର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ । ସେ କହିଛନ୍ତି ଯେ ଓମିକ୍ରନକୁ ଡରିବାର ଦୁଇଟି କାରଣ ରହିଛି- ଗୋଟିଏ ହେଉଛି ଏହାର ସଂକ୍ରମଣର ବେଗ ଓ ଅନ୍ୟଟି ହେଉଛି ସଂକ୍ରମିତ କେତେକ ଗୁରୁତର ହେଉଛନ୍ତି । ଓମିକ୍ରନର ଆରଓ ଫାକ୍ଟର ଅର୍ଥାତ୍ କେତେକ ଦ୍ରୁତ ଗତିରେ ଭୁତାଣୁ ସଂକ୍ରମିତ ହୋଇଚାଲିଛି, ଅନ୍ୟ ପ୍ରଜାତିଙ୍କ ତୁଳନାରେ ୧୨-୧୮ ଗୁଣ ଅଧିକ । ଏହାର ଅର୍ଥ ହେଉଛି, ଯଦି ବ୍ୟାପିବା ଆରମ୍ଭ କଲା ଏହା ଦ୍ରୁତ ଗତିରେ ମାଡ଼ିଚାଲିବ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓମିକ୍ରନ ସଂପର୍କରେ ଏବେ ସବିଶେଷ ତଥ୍ୟ ନାହିଁ । ଏଣୁ କେହି ଜାଣିନାହାନ୍ତି ଯେ ଏହା  ବ୍ୟାପିଚାଲିଲେ ତାହା କେଡ଼େ ବଡ଼ ବିପଦ ଆଣିଦେବ । ଦକ୍ଷିଣ ଆଫ୍ରିକାର ତଥ୍ୟ ଦେଖିଲେ ଜଣାପଡ଼ୁଛି ଯେ ଗୋଟିଏ ଦିନରେ ହିଁ ସଂକ୍ରମଣ ସଂଖ୍ୟା ଦୁଇଗୁଣ ହୋଇଯିବ । ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ ।

 

ସମ୍ବନ୍ଧିତ ଖବର