ଔଷଧୀୟ ଚାରା ଭଲ କରିବ କୋଭିଡ୍

medicinal plants will cure Covid

ନୂଆଦିଲ୍ଲୀ: ଭାରତୀୟ କୃଷିି ଗବେଷଣା ପରିଷଦ(ଆଇସିଏଆର୍)ର ହିସାର ସ୍ଥିତ ସହଯୋଗୀ ପ୍ରତିଷ୍ଠାନ ନ୍ୟାସନାଲ୍ ରିସର୍ଚ୍ଚ ସେଣ୍ଟର ଅନ୍ ଇକ୍ବିନ୍ସ ଦ୍ବାରା ଔଷଧୀୟ ବୃକ୍ଷରୁ ଏକପ୍ରକାର ଯୌଗିକ ବାହାର କରାଯାଇଛି, ଯାହା କି ମହାମାରୀ କରୋନାଭୂତାଣୁକୁ ସାବାଡ଼ କରିବା ସହ କୋଭିଡ୍–୧୯ ରୋଗୀଙ୍କୁ ଆରୋଗ୍ୟତା ପ୍ରଦାନ କରିବ ବୋଲି ଦାବି କରାଯାଇଛିା ତେବେ କେଉଁ ଔଷଧୀୟ ବୃକ୍ଷରୁ ଏପରି ମହୋଷଧି ବାହାର କରାଯାଇଛି ସେ ସମ୍ପର୍କରେ ପ୍ରଘଟ କରିବାକୁ ସଂପୃକ୍ତ ଗବେଷକମାନେ ଅନିଚ୍ଛା ପ୍ରକାଶ କରିଥିବା ବେଳେ ଦେଶରେ ଅନ୍ୟାନ୍ୟ ଆୟୁବେର୍ଦ ଔଷଧରେ ଏହାର ବହୁଳ ବ୍ୟବହାର ହୋଇଚାଲିଛି ବୋଲି ସୂଚନା ମିଳିଛିା

ହିସାର ସ୍ଥିତ ଆଇସିଏଆର୍–ଏନ୍ଆର୍ସିଇର ଉପନିେର୍ଦ୍ଦଶକ ତଥା ଅନ୍ୟତମ ଗବେଷକ ବି ଏନ୍ ତ୍ରିପାଠୀଙ୍କ କହିବା କଥା, ସାଧାରଣ କାଶ ଓ ଥଣ୍ତା ଜ୍ବର ପାଇଁ ନିରାପଦ ସାବ୍ୟସ୍ତ ହୋଇଥିବା କିଛି ସ୍ବତନ୍ତ୍ର ଚେରମୂଳି ଔଷଧର ସେମାନେ ଭୂତାଣୁ ପ୍ରତିରୋଧୀ କ୍ଷମତା ପରୀକ୍ଷା କରାଇଥିଲୋ ବିଶେଷଜ୍ଞମାନେ ଏଥିପାଇଁ ଆଇବିଭି(ଇନ୍‌‌ଫେକ୍ସିଅସ ବ୍ରୋଙ୍କାଇଟିସ୍‌ ଭାଇରସ୍‌) ନାମକ ଭୂତାଣୁକୁ ସାମିଲ କରି ଆଶାତୀତ ଫଳାଫଳ ପାଇଥିଲେ। ସୁତରାଂ ଏହି ବିଶେଷ ଧରଣର ଚେରମୂଳି ଉଦ୍ଧୃତାଂଶ କରୋନାଭୂତାଣୁ ବିପକ୍ଷରେ ଭଲ କାମଦେବ ବୋଲି ସେମାନେ ଆଶାବାଦୀ ଅଛନ୍ତିା

ସମ୍ବନ୍ଧିତ ଖବର