କରୋନାରେ ଦେହାନ୍ତ ହେଲେ ଶ୍ମଶାନରେ ମାଗଣା ସେବା ଯୋଗାଇବେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇ ଦେଇଆସୁଛନ୍ତି । ଏହି କ୍ରମରେ ଶନିବାର ଦିନ କୋଭିଡ ପରିଚାଳନା ପାଇଁ ରାଜ୍ୟରେ ଗଠିତ ଟିମ୍କୁ କିଛି ନିର୍ଦେଶ ଦେଇଛନ୍ତି । ସେ କହିଛନ୍ତି କି କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ଅନ୍ତିମ ସଂସ୍କାର ବିନା ଅର୍ଥରେ କରାଯିବ । ହେଲେ ଏହା କେବଳ ନଗର ନିଗର ଅଞ୍ଚଳ ପାଇଁ ଲାଗୁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏହାସହ ନଗର ବିକାଶ ନିଗମର ମୁଖ୍ୟ ସଚିବ ମନୋଜ ସିଂ ଆଦେଶ ଜାରି କରି କହିଛନ୍ତି କି, ଅନ୍ତିମ ସଂସ୍କାର ପାଇଁ ମଶାଣୀ ଗୃହ ଓ କବର ସ୍ଥାନରେ ନିଶୁଳ୍କ ସେବା ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ଏହାସହ ଅନ୍ତିମ  ସଂସ୍କାର ବେଳେ ସମସ୍ତ କୋଭିଡ କଟକଣା ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ତିମ ସଂସ୍କାରରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ନଗର ନିଗମ କିମ୍ବା ରାଜ୍ୟ ଅର୍ଥ ଆୟୋଗରୁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । ଗୋଟଏ ଶବ ସଂସ୍କାର ପାଇଁ ଅତିବେଶିରେ ୫ ହଜାର ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

କହିରଖୁ କି ଗତ ୨୪ ଘଂଟା ମଧ୍ୟରେ ଉତ୍ତରପ୍ରଦେଶରେ ୨୮ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩୭୨ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର