କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି ସ୍ୱାସ୍ଥ୍ୟ ଅଧିକାରୀ, ଯୋଗୀଙ୍କୁ ଚିଠି ଲେଖି କ୍ଷୋଭ ଜଣାଇଲେ ସନ୍ତୋଷ ଗଙ୍ଗୱାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ନିଜର କ୍ଷୋଭ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର | କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର କିଛି ବରିଷ୍ଠ ଅଧିକାରୀ ଫୋନ୍ ଉଠାଉ ନାହାଁନ୍ତି ଏବଂ ରୋଗୀମାନେ ରେଫରାଲ୍ ନାମରେ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ବୁଲୁଛନ୍ତି। କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ମଲ୍ଟିପେରୋ ମନିଟର, ବାୟୋପ୍ୟାକ୍ ମେସିନ୍, ଡାକ୍ତରଖାନାରେ ବ୍ୟବହୃତ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣଗୁଡ଼ିକ କଳା ବଜାରରେ ଦେଢ଼ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି।

ତେଣୁ, ସେମାନଙ୍କର ମୂଲ୍ୟ ସ୍ଥିର କରାଯିବା ଉଚିତ | କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ରୋଗୀ ଶଯ୍ୟା ନ ପାଇ ଅନ୍ୟ ଏକ ଡାକ୍ତରଖାନାକୁ ଯାଉଛନ୍ତି, ତେବେ ତାଙ୍କୁ କୁହାଯାଉଛି ଯେ ଜିଲ୍ଲା ହସ୍ପିଟାଲରୁ ଲିଖିତ ଭାବେ ଅଣାଯାଉ | ଆଉ ରୋଗୀ ରେଫରାଲ ଚିଠି ପାଇବାକୁ କସରତ କରିବାକୁ ପଡୁଛି | ଆଉ ଏହି ଧାଁ ଦୌଡ ଭିତରେ ରୋଗୀର ଅମ୍ଳଜାନ କ୍ରମାଗତ ଭାବରେ କମିଯାଉଛି |

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଦାୟିତ୍ୱବୋଧ ସତ୍ତ୍ୱେ ସେମାନେ ଫୋନ ଉଠାନ୍ତି ନାହିଁ, ଯାହା ରୋଗୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ | ସେହିପରି ଆୟୁଷ୍ମାନ ଭାରତ ସହିତ ସଂଯୁକ୍ତ ସମସ୍ତ ଡାକ୍ତରଖାନାରେ ଟିକା ଉପଲବ୍ଧ କରାଯିବା ଉଚିତ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି |

ସମ୍ବନ୍ଧିତ ଖବର