କୋର୍ଟରୁମ୍‌କୁ ପ୍ରବେଶ ଉପରେ କଟକଣା: କେବଳ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରକୋପକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଧ୍ୟ ଏ ବାବଦରେ ସତର୍କତା ଅବଲମ୍ବନ କରିଛନ୍ତି। କରୋନା ବ୍ୟାପିବା ଭୟ ଥିବାରୁ ସୁପ୍ରିମକୋର୍ଟ ଆସନ୍ତା ସୋମବାରଠାରୁ କେବଳ ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ। ଅନ୍ୟପକ୍ଷରେ କୋର୍ଟରୁମ୍‌କୁ କେବଳ ସଂପର୍କିତ ମାମଲାର ଆଇନଜୀବୀଙ୍କ ବ୍ୟତୀତ ଅନ୍ୟ କାହାର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏନେଇ କୋର୍ଟ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶକ୍ରମେ ସୁପ୍ରିମ୍‌ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବଡେ ଏବଂ ଅନ୍ୟ ବରିଷ୍ଠ ବିଚାରପତିଙ୍କ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି!

ସମ୍ବନ୍ଧିତ ଖବର