କେୱାଡିଆ ଆଜି ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳଭାବେ ଆତ୍ମପ୍ରକାଶ କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାଚୁ୍ୟ ଅଫ୍‌ ୟୁନିଟ ସ୍ଥଳ ଗୁଜରାଟର କେୱାଡିଆକୁ ସିଧାସଳଖ ସଂଯୋଗ କରୁଥିବା ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଗୁଜରାଟରେ କେତେକ ନୂଆ ରେଳପ୍ରକଳ୍ପ ଉଦ୍‌ଘାଟିତ ହୋଇଛି । ଏହିସବୁ ପ୍ରକଳ୍ପଗୁଡିକ ହେଲା ଗେଜ ପରିବର୍ତ୍ତନ ହୋଇଥିବା ଚାନେ୍ଦାଡ ଲାଇନ, ଚାନେ୍ଦାଡ-କେୱାଡିଆ ନୂଆ ବ୍ରଡଗଜ ଲାଇନ, ବିଦୁ୍ୟତ୍‌ କରଣ ହୋଇଥିବା ପ୍ରତାପନଗର କେୱାଡିଆ ସେକ୍‌ସନ ଏବଂ ଡାଭୋଇ, ଚାନେ୍ଦାଡ ଓ କେୱାଡିଆର ନୂଆ ରେଳଷ୍ଟେସନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢତାର ସହ କହିଛନ୍ତି ଯେ, ଗୁଜରାଟର କେୱାଡିଆ ଆଉ ଏକ ଦୂରଦୂରାନ୍ତ ଅଗମ୍ୟ ଅଞ୍ଚଳ ହୋଇରହିନାହିଁ । ଏହା ଏବେ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । କେୱାଡିଆକୁ ଆଜି ଦେଶର ବିଭିନ୍ନ ଅଞ୍ଚଳରୁ ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ନୂଆ ଟ୍ରେନଗୁଡିକର ଚଳାଚଳ ଆରମ୍ଭ କରିବା ସହିତ ଗୁଜରାଟରେ ରେଳବାଇର ବିଭିନ୍ନ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି ।

Opinion: A reality check for Indian PM Narendra Modi | Asia| An in-depth  look at news from across the continent | DW | 12.12.2018
Deutsche Welle

କେୱାଡିଆର ବିକାଶ ଯାତ୍ରା ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଠାରେ ଥିବା ଷ୍ଟାଚୁ୍ୟ ଅଫ୍‌ ୟୁନିଟକୁ ଏବେ ଷ୍ଟାଚୁ୍ୟ ଅଫ୍‌ ଲିବର୍ଟିଠାରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ଏହି ଷ୍ଟାଚୁ୍ୟ ଅଫ୍‌ ୟୁନିଟକୁ ଦେଖିବା ପାଇଁ ଇତିମଧ୍ୟରେ ୫୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିସାରିଲେଣି । ଉଦ୍‌ଘାଟନ ହେବା ପରେ କେୱାଡିଆକୁ ପର୍ଯ୍ୟଟକମାନଙ୍କର ସମାଗମ ବୃଦ୍ଧି ପାଇଥିଲା। ତେବେ କରୋନା ମହାମାରୀ ଦୃଷ୍ଟିରୁ ଏହାକୁ ବନ୍ଦ ରଖାଯାଇଥିଲା । ଏହା ପୁନର୍ବାର ଖୋଲା ହେବାପରେ ଏଠାକୁ ପର୍ଯ୍ୟଟକଙ୍କ ସମାଗମ ଯଥେଷ୍ଟ ବଢିଛି । ଏହାଛଡା କେୱାଡିଆକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବା ପରେ ପର୍ଯ୍ୟଟକଙ୍କ ସମାଗମ ବୃଦ୍ଧି ପାଇଛି । ପ୍ରାୟ ୧ ଲକ୍ଷ ପର୍ଯ୍ୟଟକ ଦୈନିକ ସେଠାକୁ ଯିବେ ବୋଲି ଆକଳନ କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେୱାଡିଆ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ସେ ଅଞ୍ଚଳର ପର୍ଯ୍ୟଟନ ସୁବିଧା ବୃଦ୍ଧିକୁ ଆଖିଆଗରେ ରଖି କରାଯାଇଛି । ଏହି ଷ୍ଟେସନରେ ଏକ ଆଦିବାସୀ କଳାକୃତିର ଗ୍ୟାଲେରି ଓ ଏକ ଭ୍ୟୁଇଙ୍ଗ ଗ୍ୟାଲେରି ରହିଛି । ସେହି ଗ୍ୟାଲେରିରୁ ଷ୍ଟାଚୁ୍ୟ ଅଫ୍‌ ୟୁନିଟକୁ ଦେଖିହେବ ।

ସମ୍ବନ୍ଧିତ ଖବର