କୋଲକାତା ମେଟ୍ରୋରେ ଲାଗିଲା ନିଆଁ, ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ

କୋଲକାତା: କୋଲକାତା ମେଟ୍ରୋରେ ଆକସ୍ମିକ ଭାବେ ନିଆଁ ଲାଗିବା ହେତୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଗୁରୁବାର ସନ୍ଧ୍ୟାରେ ମେଟ୍ରୋ ଟ୍ରେନ୍‌ ରବୀନ୍ଦ୍ର ସଦନ ଓ ମେଦାନ ମଧ୍ୟ ଦେଇ ଯାଉଥିବା ସମୟରେ ହଠାତ୍‌ ଧୂଆଁ ବାହାରିଥିଲା, ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହାପରେ ତୁରନ୍ତ ମେଟ୍ରୋକୁ ଅଟକାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ମେଟ୍ରୋରେ ଧୂଆଁ ଭରିବା ହେତୁ ୧୦ରୁ ଅଧିକ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ଟ୍ରେନ୍‌ର କାଚ ଭାଙ୍ଗି ଯାତ୍ରୀଙ୍କୁ ମେଟ୍ରୋରୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ପଶ୍ଚିମବଙ୍ଗର ଫାୟର ସର୍ଭିସ୍‌ର ଅଧିକାରୀ ଓ କୋଲକତା ପୁଲିସ ଅଧିକାରୀ ପହଞ୍ଚି ପରିସ୍ଥିତିକୁ କାବୁ କରି ନେଇଥିଲେ। ଏହି ଘଟଣାକୁ ଅପ୍ରୀତିକର ଘଟଣା ଘଟି ନାହିଁ କି କୌଣସି ଯାତ୍ରୀଙ୍କୁ କିଛି କ୍ଷତି ପହଞ୍ଚି ନାହିଁ ବୋଲି କୋଲକାତା ମେଟ୍ରୋ ପକ୍ଷରୁ ପ୍ରକାଶ। ତେବେ ଏହି ନିଆଁ କେଉଁ କାରଣରୁ ଲାଗି ଥିଲା ସେନେଇ ଯାଞ୍ଚ କରାଯାଉଛି।

 

ସମ୍ବନ୍ଧିତ ଖବର