ଖୁବଶୀଘ୍ର କମିବ ପିଆଜ ଦର : କେନ୍ଦ୍ର କୃଷିମନ୍ତ୍ରୀ ତୋମାର

ନୂଆଦିଲ୍ଲୀ : ସାରା ଦେଶରେ ପିଆଜର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ରହିଛନ୍ତି । ଦେଶର କେତେକ ରାଜ୍ୟରେ ପିଆଜ ଦର କିଲୋଗ୍ରାମ ପିଛା ୭୦ରୁ ୮୦ ଟଙ୍କାରେ ପହଞ୍ଚିଲାଣି । ଏହି ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି ପାଇଁ ସରକାର ନାଫେଡ ମାଧ୍ୟମରେ ପିଆଜ ଆମଦାନୀ କରାଯାଉଛି । ଏଣୁ ଆଗାମୀ କିଛି ଦିନ ମଧ୍ୟରେ ଦର ହ୍ରାସ ପାଇବ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ସେ କହିଛନ୍ତି ଯେ ନାଫେଡ ବା ଜାତୀୟ କୃଷି ସମବାୟ ମାର୍କେଟିଂ ମହାସଂଘ ପକ୍ଷରୁ କେନ୍ଦ୍ରୀୟ ଷ୍ଟକରୁ ପିଆଜ ଆଣି ବଜାରରେ କମ ଦାମ ( କିଲୋଗ୍ରାମ ପିଛା ୨୨ ଟଙ୍କାରେ) ବିକ୍ରି କରାଯାଉଛି ।
ସୂଚନାଯୋଗ୍ୟ ଯେ ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ଗତ ଦୁଇ ମାସ ଧରି ପ୍ରବଳ ବର୍ଷା ଲାଗି ରହିଛି । ଏହା ଯୋଗୁଁ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଦେଶର ପ୍ରମୁଖ ପିଆଜ ମଣ୍ଡି ନାସିକର ଲସଲଗାଁଓରେ ପିଆଜ ଏବେ ପିଆଜଦର ବଢିଚାଲିଛି ।

ସମ୍ବନ୍ଧିତ ଖବର