ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଫଟୋ ବାହାରୁଛି, ଭାରତର ଷଡ଼ଯନ୍ତ୍ର ବୋଲି ପାକର ଅଭିଯୋଗ

ଇସ୍ଲାମାବାଦ : ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଫଟୋ ବାହାରୁଛି । ଏହାକୁ ନେଇ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ପାକିସ୍ତାନ ବିରୋଧରେ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ପାକ ସରକାର କହୁଛନ୍ତି । ବିଶେଷକରି ଗୁଗୁଲର ସିଇଓ ଜଣେ ଭାରତୀୟ (ସିନ୍ଦର ପିଚାଇ) ଥିବାରୁ ଏହା ଭାରତର ଷଡଯନ୍ତ୍ର ବୋଲି ସେଠାକାର ସରକାର ବିଚାର କରୁଛନ୍ତି । ଏଥିପାଇଁ ପାକିସ୍ତାନର ପଂଜାବ ବିଧାନସଭାରେ ଏକ ପ୍ରସ୍ତାବ ପାଶ ହୋଇଛି । ସୁନ୍ଦର ପିଚାଇଙ୍କୁ ପାକିସ୍ତାନ ଡାକି ଜବାବ ତଲବ କରିବାକୁ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି । ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପାକ ସରକାର ଗୁଗୁଲକୁ କହିଛନ୍ତି ।

 

କିନ୍ତୁ ଗୁଗୁଲରେ ଏପରି ଘଟଣା ନୂଆ ନୁହେଁ । ଗୁଗୁଲ ରେ ପପୁ ସର୍ଚ୍ଚ କଲେ ରାହୁଲ ଗାନ୍ଧିଙ୍କ ଫଟୋ ଓ ଫେକୁ ସର୍ଚ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଆସୁଛି । କିନ୍ତୁ ଏହାକୁ ନେଇ ଭାରତ ପକ୍ଷରୁ କେବେ ମଧ୍ୟ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇନାହିଁ କି ଗୁଗୁଲ ସିଇଓଙ୍କୁ ଜବାବ ତଲବ କରାଯାଇନାହିଁ । ଏପରିକି ଇଡିଅଟ ସର୍ଚ୍ଚ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଆସୁଛି । ଏହାର ଜବାବରେ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ କୌଣସି ଉଦ୍ଦେଶ୍ୟ ରଖି ଏପରି କରାଯାଏନାହିଁ, ଏକ ଆଲଗୋରିଦିମ ଅନୁସାରେ ହିଁ ଏପରି ସର୍ଚ୍ଚ ରେଜଲ୍ଟ ଆସିଥାଏ । ଲକ୍ଷ ଲକ୍ଷ େଓ୍ଵବସାଇଟରେ ଲୋକମାନେ ଯେପରି ସର୍ଚ୍ଚ କରନ୍ତି ତାହା ଅନୁସାରେ ଏହି ଫଳାଫଳ ବାହାରିଥାଏ ।

ସମ୍ବନ୍ଧିତ ଖବର