ଚେନ୍ନାଇ ଏୟାର୍‌ପୋର୍ଟରେ ନିଅାଁ ଧରିଲା ୫୦ ଜଣ ଯାତ୍ରୀ ଥିବା ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସ୍‌

ଚେନ୍ନାଇ: ଗୁରୁବାର ଦିନ ଚେନ୍ନାଇ ବିମାନ ବନ୍ଦରରେ ଯାତ୍ରୀ ନେଇ ଯାଉଥିବା ଇଣ୍ଡିଗୋ ଏୟାର୍‌ଲାଇନ୍‌ର ଏକ ବସ୍‌ରେ ନିଅାଁ ଲାଗିଥିବା କଥା ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି। ଦେଶ ମଧ୍ୟରେ ଚଳାଚଳ କରୁଥିବା ଗନ୍ତବ୍ୟ ସ୍ଥଳକୁ ଏକ ଫେରନ୍ତା ସାନ୍ଧ୍ୟ ବିମାନରେ ସେ ଯାତ୍ରୀମାନେ ଯିବା ନିମନ୍ତେ ବସ୍‌ ଯୋଗେ ଆସୁଥିଲେ।

ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ତୁରନ୍ତ ନିଅାଁ ଲିଭାଇ ଦିଆଯାଇଥିବାରୁ ଏଥିରେ କେହି ଆହତ ହୋଇ ନାହାନ୍ତି।

୫୦ ଜଣ ଯାତ୍ରୀଙ୍କୁ ନେଇ ଆରାଇଭାଲ୍‌ ପଏଣ୍ଟ୍‌ର ନିକଟତର ହେଉଥବା ବେଳେ ବସ୍‌ରେ ନିଅାଁ ଲାଗିଥିଲା।

ତୁରନ୍ତ ନିଅାଁ ଲିଭାଇ ଦିଆ ଯାଇଥିଲା। ତେଣୁ, ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ, ବସ୍‌ ଭିତରେ କି, ବାହାରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ।

ଘଟଣାର ବାସ୍ତବ କାରଣ କ’ଣ ସେ ବିଷୟରେ କର୍ତ୍ତୃପକ୍ଷମାନେ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର