ଜମା କରନ୍ତୁ ୩୨୨୦ କୋଟି ଟଙ୍କା, ନହେଲେ ବନ୍ଦ ହୋଇଯିବ ଜଳ ଯୋଗାଣ !

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଦିଲ୍ଲୀ ଜଳ ବୋର୍ଡର ସିଇଓ ଓ ସିନିୟର ଅଧିକାରୀଙ୍କ ସହିତ ଆୟୋଜିତ ଏକ ବୈଠକରେ ଏମସିଡି, ଦିଲ୍ଲୀ ପୁଲିସ, ଡିଡିଏ, ରେଲେଓ୍ଵ ସମେତ ସାତଟି ସରକାରୀ ସଂସ୍ଥା ଉପରେ ହଜାରହଜାର କୋଟି ଟଙ୍କାର ପାଣି ବିଲ୍‌ ବାକି ରହିଛି ବୋଲି କହିଥିଲେ। ପ୍ରିନ୍ସପାଲ ଏମାଉଣ୍ଟ ଓ ଲେଟ୍‌ ଫିସ୍‌କୁ ମିଶାଇ ସାତଟି ସରକାରୀ ସଂସ୍ଥା ଉପରେ ୩୨୨୦ କୋଟିର ଟଙ୍କାର ପାଣି ବିଲ୍‌ ବକେୟା ଅଛି । ସାତଦିନ ମଧ୍ୟରେ ପାଣି ବିଲ୍‌ରେ ଥିବା ବକେୟା ଅର୍ଥ ପୈଠ କରିବା ପାଇଁ ସାତଟି ସରକାରୀ ବିଭାଗଙ୍କୁ ନୋଟିସ୍‌ ପଠାଯିବ। ଯଦି ସାତ ଦିନ ମଧ୍ୟରେ ବିଲ୍‌ରେ ଥିବା ରାଶି ଜମା କରା ନଯାଏ ତେବେ ସେମାନଙ୍କ ପାଣି ଜଳ ଯୋଗାଣ କାଟି ଦିଆଯିବ।

ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଥିଲେ, ଅନେକ ବର୍ଷ ହେବ ପାଣି ବିଲ୍‌ ବାକି ରହିଛି ଓ ବିଲ୍‌ର ରାଶି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଳ ବୋର୍ଡ ଏହି ରାଶିକୁ ଖୁବ୍‌ ଶୀଘ୍ର ହାସଲ କରିବାକୁ ଯୋଜନା ରଖିଛି। ତେବେ ବକେୟା ଥିବା ରାଶିରୁ ଯେଉଁ ଅର୍ଥ ସଂଗ୍ରହ ହେବ ତାହା ଜନହିତ ଯୋଜନାରେ ନିୟୋଜିତ କରାଯିବ। ନୋଟି ପଠାଇବାର ଏକ ସପ୍ତାହ ମଧ୍ୟରେ ପୁର୍ନବାର ରିଭ୍ୟୁ କରାଯିବ। ସରକାର ଏହି ମାମଲାକୁ ନେଇ ବହୁତ ଗମ୍ଭୀର ଅଛନ୍ତି।

ସରକାରଙ୍କ ସଂସ୍ଥା ସହିତ ଘରୋଇ ସଂସ୍ଥାର ତାଲିକା ବି ପ୍ରସ୍ତୁତ କରାଯିବ। ଏହ ତାଲିକାରେ ଯେଉଁଯେଉଁ ଘରୋଇ ସଂସ୍ଥା ପାଣି ବିଲ୍‌ ଦେଇ ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁଣିବାକୁ ମିଳୁଛି କିଛି ଘରୋଇ ସଂସ୍ଥାର ଉପରେ ବି ବହୁତ ପରିମାଣର ପାଣି ବିଲ୍‌ ପୈଠ କରିବାକୁ ବାକି ରହିଛି। ସାତଟି ସରକାରୀ ସଂସ୍ଥାଙ୍କ ଉପରେ ପାଖାପାଖି ୩୨୨୦,୧୨କୋଟି ଟଙ୍କା ବକେୟା ଅଛି। ଏଥିରେ ଉତ୍ତର ଏମସିଡି, ଦକ୍ଷିଣ ଏମସିଡି ,ପୁର୍ବ ଏମସିଡି, ଡୁସିବ, ଡିଡିଏ, ଦିଲ୍ଲୀ ପୁଲିସ ଓ ରେଲେଓ୍ଵ ସାମିଲ ରହିଛି।

ସମ୍ବନ୍ଧିତ ଖବର