ଜମ୍ମୁ-ଶ୍ରୀନଗର ରାଜପଥରେ ଭୂସ୍ଖଳନ

ଜମ୍ମୁ: ବୁଧବାର ପ୍ରତ୍ୟୁଷରେ ଜମ୍ବନ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ରାଜପଥରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବାଧା ପାଇ ଥିବା କଥା ଜଣେ ଟ୍ରାଫିକ୍‌ ଅଧିକାରୀ କହି ଛନ୍ତି।

ରାଜପଥରେ ଓ୍ଵାନ୍‌େଓ୍ଵ ଟ୍ରାଫିକ୍‌ର ଯାତ୍ରା ସୁଗମ କରିବାକୁ ପୂର୍ବରୁ ପାନ୍ଥଲ୍‌ ଠାରେ ହୋଇଥିବା ଭୂସ୍ଖଳନକୁ ସଫେଇ କରା ଯାଇ ଥିଲା। ଅନ୍ୟ ଭୂସ୍ଖଳନଟି ଘଟିଛି ଆଙ୍ଖୋଲି ପ୍ରପାତ ଠାରେ।

ଅଧିକାରୀ ଜଣକ କହିଛନ୍ତି: ଭୂସ୍ଖଳନ ସ୍ଥାନର ସଫେଇ ଶେଷ ହେବା ମାତ୍ରେ ଶ୍ରୀନଗର ରୁ ଜମ୍ମୁ ଯାଏଁ ଓ୍ଵାନ୍‌େଓ୍ଵ ଟ୍ରାଫିକ୍‌ ଚଳାଚଳ ଲାଗି ଅନୁମତି ମିଳିବ। ଗହଳି ଏଡ଼ାଇ ବାକୁ ବିପରୀତ ପାର୍ଶ୍ୱରୁ କୌଣସି ଯାନ ବାହନ ଚଳାଚଳ କରିବାକୁ ଅନୁମତି ମିଳିବ ନାହିଁ।

ଛଅ ଦିନ ଧରି ବନ୍ଦ ରହିବା ପରେ ସୋମବାର ଦିନ ସେନା ଯାତାୟାତ କରୁଥିବା ଉକ୍ତ ରାଜପଥକୁ ଉନ୍ମୁକ୍ତ କରା ଯାଇଥିଲା।

ତୁଷାରପାତ ଓ ଭୂସ୍ଖଳ ଯୋଗୁଁ ଜାନୁଆରି ମାସରେ ଡଜନାଧିକ ଥର ରାଜପଥ ବନ୍ଦ ରହିଲାଣି।

ସମ୍ବନ୍ଧିତ ଖବର