ଜାତିସଂଘ ମାନବିକ ଅଧିକାର ପରିଷଦରୁ ଆମେରିକା ଓହରିଲା

ଓ୍ଵାଶିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ଜାତିସଂଘ ମାନବିକ ପରିଷଦରୁ ଓହରି ଆସିଛି। ଏହି ପରିଷଦ ମାନବାଧିକାର ସୁରକ୍ଷାରେ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ନିକି ହ୍ୟାଲି କହିଛନ୍ତି। ଅନ୍ୟପକ୍ଷରେ ଜାତିସଂଘ ଇସ୍ରାଏଲ୍‌ ବିରୋଧରେ ପକ୍ଷପାତ ନୀତି ଧରିଛି ବୋଲି ମଧ୍ୟ ଆମେରିକା ଗୁରୁତର ଅଭିଯୋଗ ଆଣିଛି। ତେବେ ଆମେରିକାର ଏଭଳି ନିଷ୍ପତ୍ତି ବିଶ୍ୱବ୍ୟାପୀ ମାଧବାଧିକାର ଉଲ୍ଲଂଘନ ମାମଲାରେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପାଇଁ ଧକ୍କା ହେବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି। ପରିଷଦରେ ସଂସ୍କାର ଆଣିବା ଦିଗରେ ଅନ୍ୟ ରାଷ୍ଟ୍ର ପ୍ରତିବନ୍ଧକ ସୃଷ୍ଟି କରୁଥିବା ଆମେରିକା କହିଛି।

ସମ୍ବନ୍ଧିତ ଖବର