ଜାପାନୀ ନୌସେନା କର୍ମଚାରୀଙ୍କୁ ବିପଦରୁ ଉଦ୍ଧାର କଲା ଭାରତୀୟ ନୌସେନା

ମୁମ୍ବାଇ : ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏକଥା ପ୍ରମାଣିତ କରିଦେଇଛି ଆଜି ଭାରତୀୟ ନୌସେନା । ଭାରତୀୟ ନୌସେନା ସହିତ ମିଶି ଏକ ମିଳିତ ସମାରାଭ୍ୟାସ କରିବାକୁ କୋଚି ଆସିଥିବା ଏକ ଜାପାନୀ ଯୁଦ୍ଧ ଜାହାଜକୁ ବିପଦରୁ ଉଦ୍ଧାର କରିଛି ଭାରତୀୟ ନୌସେନା । ମିଳିଥିବା ସୂଚନା ଅନୁସାରେ ଜାପାନୀ ମିସାଇଲ ଡେଷ୍ଟ୍ରୟର ଜାହାଜ ଜେଏମଏସଡିଏଫ ସାଜାନାମି ଫେରୁଥିବାବେଳେ ଏହାର ଜଣେ କର୍ମଚାରୀ ହଠାତ ଗୁରୁତର ଭାବେ ଅସୁସ୍ଥ ହୋଇପଡିଲେ । ସେତେବେଳେ ଜାହାଜଟି ଭାରତ ମହାସାଗର ମଝିରେ ପହଞ୍ଚିସାରିଥିଲା । ଜାହାଜ ପକ୍ଷରୁ ତରନ୍ତ ଏକ ଜରୁରୀ ବାର୍ତ୍ତା ପଠାଇ ଭାରତୀୟ ନୌସେନାକୁ ସାହାଯ୍ୟ ମାଗିଲେ । ଏହା ପରେ ଭାରତୀୟ ନୌସେନାର ଆଇଏନଏସ ସିକ୍ରାରେ ଥିବା ଏକ ହେଲିକାପ୍ଟରକୁ ଏକ ଡାକ୍ତରୀ ଦଳ ସହ ପଠାଗଲା । ସେଠାରେ ଉକ୍ତ ଜାପାନୀ କର୍ମଚାରୀଙ୍କୁ ତୁରନ୍ତ ହେଲିକାପ୍ଟର ଯୋଗେ ମୁମ୍ବାଇ ଅଣାଯାଇ ମୁମ୍ବାଇ ସ୍ଥିତ ଜାପାନୀ କନସୁଲେଟ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସମ୍ବନ୍ଧିତ ଖବର